ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ସାଗୁଆଠାରେ ଆୟୋଜିତ ମା’ ଉପୁଳାଇ ସାଗୁଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଷ୍ଟାର ଏକାଦଶ ୨୦ ରନ୍ରେ ଏମ୍ବିଏସ୍ ଏକାଦଶକୁ ହରାଇ ଟ୍ରଫି କରାୟତ କରିଛି। ଷ୍ଟାର ଦଳ ମନୁ ରାଉତ (୫୬)ଙ୍କ ଅର୍ଧଶତକ ବଳରେ ୧୫୦/୬ କରିଥିଲା। ଜବାବରେ ଏମ୍ବିଏସ୍ ଦଳ ୧୩୦/୬ରେ ଅଟକି ଯାଇଥିଲା। ବିମଳ ଚୌଧୁରୀ ୪୫ ରନ୍ କରିଥିଲା ବେଳେ ନିର୍ମଳ ବେହେରା ୩ ୱିକେଟ୍ ପାଇଥିଲେ। ମନୁ ରାଉତ ଫାଇନାଲ୍ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି, ପଙ୍କଜ କୁମାର ଦାସ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ନିର୍ମଳ ବେହେରା ଶ୍ରେଷ୍ଠ ବୋଲର, ବିମଳ ଚୌଧୁରୀ ଶ୍ରେଷ୍ଠ ଅଲ୍ରାଉଣ୍ଡର ପୁରସ୍କାର ପାଇଥିଲେ। ଅତିଥିଭାବେ ସତ୍ୟଜିତ ରାୟ ଚୌଧୁରୀ, ଧୀରାଜ ରାଜ, ଶ୍ରୀବତ୍ସ ଧଳ, ବିଜୟ କୁମାର ନାୟକ ଏବଂ ଅମରେନ୍ଦୁ ପଟ୍ଟନାୟକ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଯଥାକ୍ରମେ ୧ ଲକ୍ଷ ଏବଂ ୭୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଦେବାଶିଷ ନାୟକ, ବାବୁ ମଲ୍ଲିକ ଅମ୍ପାୟର ରହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us