ଭାରତ-ଅଷ୍ଟ୍ରେଲିଆ ‘ଏ’ ମ୍ୟାଚ୍‌ ଅମୀମାଂସିତ, ପ୍ରଥମ ଟେଷ୍ଟ୍‌ ପୂର୍ବରୁ ସାହାଙ୍କ ଅର୍ଧଶତକ

Advertisment

ତ୍ୟାଗୀଙ୍କ ବାଉନ୍ସରରେ ପକୋଭସ୍କି ଆହତ

ତ୍ୟାଗୀଙ୍କ ବାଉନ୍ସରରେ ପକୋଭସ୍କି ଆହତ

ଭାରତ-ଅଷ୍ଟ୍ରେଲିଆ ‘ଏ’ ମ୍ୟାଚ୍‌ ଅମୀମାଂସିତ, ପ୍ରଥମ ଟେଷ୍ଟ୍‌ ପୂର୍ବରୁ ସାହାଙ୍କ ଅର୍ଧଶତକ

India TV News

ସିଡ୍‌ନି: ଭାରତୀୟ ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ରିଦ୍ଧିମାନ ସାହା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ ପୂର୍ବରୁ ଭଲ ବ୍ୟାଟିଂ ଅଭ୍ୟାସ କରିଛନ୍ତି। ହେଲେ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିଫଳ ହେବାରୁ ରବିବାରଠୁ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ପ୍ରଥମ ପାଳିରେ ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୧୭* ରନ୍‌)ଙ୍କ ଶତକ ଓ ଚେତେଶ୍ବର ପୂଜାରା (୫୪ ରନ୍‌)ଙ୍କ ଅର୍ଧଶତକ ବଳରେ ଭାରତ ୨୪୭/୯ (ଘୋଷିତ) କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଦ୍ବିତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୨୮୬/୮ କରିଥିଲା। ତୃତୀୟ ଦିନ ଏଥିରେ ଆଉ ମାତ୍ର ୨୦ ରନ୍‌ ଯୋଡ଼ି ୩୦୬/୯ ପାଳି ଘୋଷଣା କରିଥିଲା। କ୍ୟାମେରନ୍‌ ଗ୍ରିନ୍‌ (୧୨୫* ରନ୍‌)ଅପରାଜିତ ଶତକ ଅର୍ଜନ କରିଥିଲା ବେଳେ ଭ‌ାରତ ପକ୍ଷରୁ ଉମେଶ ଯାଦବ ଓ ମହମ୍ମଦ ସିରାଜ ୩ ଲେଖାଏଁ ଏବଂ ରବିଚନ୍ଦ୍ରନ ଅଶ୍ବିନ ୨ ୱିକେଟ୍‌ ନେଇଥିଲେ। ୫୯ ରନ୍‌ରେ ପଛୁଆ ଥିବା ଭାରତ ଦ୍ବିତୀୟ ପାଳିରେ ୧୮୯/୯ (ଘୋଷିତ) କରିଥିଲା। ସାହା (୫୪* ରନ୍‌) ଅର୍ଧଶତକ ହାସଲ କରିଥିଲା ବେଳେ ହନୁମା ବିହାରୀ ଏବଂ ରାହାଣେ ୨୮ ରନ୍‌ ଲେଖାଏଁ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମାର୍କ ଷ୍ଟେକେଟି ୫ ୱିକେଟ୍‌ ସଫଳତା ପାଇଥିଲା ବେଳେ ମାଇକେଲ ନାସେର ଓ ଗ୍ରିନ୍‌ ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

୧୩୦ ରନ୍‌ ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଅଷ୍ଟ୍ରେଲିଆର ଦଳୀୟ ସ୍କୋର୍‌ ୧ ଥିଲା ବେଳେ ଜୋ ବର୍ନ୍ସ (୦)ଙ୍କୁ ଉମେଶ ଯାଦବ ବୋଲ୍ଡ କରି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏହାପରେ ୱିଲ ପକୋଭସ୍କି (୨୩) ଓ ମାର୍କସ ହାରିସ ପାଳି ସମ୍ଭାଳି ନେଇଥିଲେ। ଉଭୟ ଦ୍ବିତୀୟ ୱିକେଟ୍‌ରେ ୪୧ ରନ୍‌ ଯୋଡ଼ି ଥିଲା ବେଳେ କାର୍ତ୍ତିକ ତ୍ୟାଗୀଙ୍କ ବାଉନ୍ସର ପକୋଭକ୍ସିଙ୍କ ହେଲ୍‌ମେଟ୍‌ରେ ବାଜିଥିଲା। ସେ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ତୃତୀୟ ତଥା ଶେଷ ଦିନର ଷ୍ଟମ୍ପ୍ସ ବେଳକୁ ଟ୍ରାଭିସ ହେଡ୍‌ (୨*) ଓ ହାରିସ (୨୫*) ଅପରାଜିତ ରହିଥିଲେ ଏବଂ ଦଳୀୟ ସ୍କୋର୍‌ ୫୨/୧ରେ ରହିଥିଲା। ଫଳରେ ଭାରତ ପରାଜୟରୁ ରକ୍ଷା ପାଇ ଯାଇଥିଲା।

ସଂକ୍ଷିପ୍ତ ସ୍କୋର: ଭାରତର ପ୍ରଥମ ପାଳି ୯୩ ଓଭରରେ ୨୪୭/୯, ଘୋଷିତ (ଅଜିଙ୍କ୍ୟ ରାହାଣେ ୧୧୭*, ଚେତେଶ୍ବର ପୂଜାରା ୫୪, ଜେମ୍ସ ପାଟିନସନ୍ ୩/୫୮)। ଅଷ୍ଟ୍ରେଲିଆ ‘ଏ’ ପ୍ରଥମ ପାଳି ୯୫ ଓଭରରେ ୩୦୬/୯, ଘୋଷିତ (କ୍ୟାମେରନ୍ ଗ୍ରିନ ୧୨୫*, ଟିମ୍‌ ପେନ୍‌ ୪୪, ଉମେଶ ଯାଦବ ୩/୪୮, ମହମ୍ମଦ ସିରାଜ ୩/୮୩, ରବିଚନ୍ଦ୍ରନ ଅଶ୍ବିନ ୨/୬୨)। ‌ଭାରତର ଦ୍ବିତୀୟ ପାଳି ୬୧ ଓଭରରେ ୧୮୯/୯, ଘୋଷିତ (ରିଦ୍ଧିମାନ ସାହା ୫୪*, ଅଜିଙ୍କ୍ୟ ରାହାଣେ ୨୮, ହନୁମା ବିହାରୀ ୨୮, ମାର୍କ ଷ୍ଟେକେଟି ୫/୩୭, ମାଇକେଲ ନେସାର ୨/୪୧, କ୍ୟାମେରନ୍‌ ଗ୍ରିନ ୨/୧୨)। ଅଷ୍ଟ୍ରେଲିଆ ‘ଏ’ ଦ୍ବିତୀୟ ପାଳି ୧୫ ଓଭରରେ ୫୨/୧ (ମାର୍କସ ହାରିସ ୨୮*, ୱିଲ ପକୋଭସ୍କି ୨୩, ଉମେଶ ଯାଦବ ୧/୧୪)।

ତ୍ୟାଗୀଙ୍କ ବାଉନ୍ସରରେ ପକୋଭସ୍କି ଆହତ
ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ୱିଲ ପକୋଭସ୍କି ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଆହତ ହୋଇଛନ୍ତି। ମଙ୍ଗଳବାର ଶେଷ ଦିନରେ କାର୍ତ୍ତିକ ତ୍ୟାଗୀଙ୍କ ଏକ ବାଉନ୍ସର ତାଙ୍କ ହେଲ୍‌ମେଟ୍‌ରେ ବାଜିବାରୁ ସେ ଆହତ ହୋଇଥିଲେ। ଯନ୍ତ୍ରଣା ହେବାରୁ କିଛି ସମୟ ପଡ଼ିଆରେ ଆଣ୍ଠୁ ମାଡ଼ି ବସି ଯାଇଥିଲେ ଏବଂ ଚାଲିବାକୁ ସମର୍ଥ ହୋଇନଥିଲେ। ସେ ରିଟାର୍ଡ ହର୍ଟ ହୋଇ ପଡ଼ିଆ ଛାଡ଼ିଥିଲେ। ଆଡିଲେଡ୍‌ ଓଭାଲରେ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ୍‌ ବେଳକୁ ସେ ସୁସ୍ଥ ହୋଇଥିବେ କି ନାହିଁ ଜଣାପଡ଼ିନି। ଫଳରେ ପଦାର୍ପଣ ଆଶାରେ ଥିବା ପକୋଭସ୍କିଙ୍କ ଏହି ‌ଟେଷ୍ଟ୍‌ରେ ଖେଳିବା ନେଇ ସନ୍ଦେହ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe