ଭାରତୀୟ ବାସ୍କେଟବଲ୍‌ ଶିବିରରେ ସାହିଦ

Advertisment
ଭାରତୀୟ ବାସ୍କେଟବଲ୍‌ ଶିବିରରେ ସାହିଦ

କଟକ: କଟକ ସାଇ ପ୍ରଶିକ୍ଷଣ କେନ୍ଦ୍ରର ସାହିଦ୍‌ ଖାନ୍‌ ଭାରତୀୟ ବାସ୍କେଟବଲ୍‌ ଶିବିରରେ ସୁଯୋଗ ପାଇଛନ୍ତି। ଆସନ୍ତା ଫେବ୍ରୁଆରି ୧ରୁ ୨୦ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୋରଠାରେ ଏହି ଶିବିର ଅନୁଷ୍ଠିତ ହେବ। ଗତବର୍ଷ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଶିବିରରେ ସାହିଲ୍‌ ପ୍ରଥମ ଥର ପାଇଁ ପ୍ରଶିକ୍ଷଣ ନେବାକୁ ସୁଯୋଗ ପାଇଥିଲେ। ଦୀର୍ଘ ବର୍ଷ ପରେ ଓଡ଼ିଶାରୁ କୌଣସି ଖେଳାଳି ଜାତୀୟ ଶିବିରରେ ଯୋଗଦେବାକୁ ସୁଯୋଗ ପାଇଛନ୍ତି। ଓଡ଼ିଶା ଶୀର୍ଷ ୧୦ ଦଳ ମଧ୍ୟରେ ରହିଥିବାରୁ ତାହାର ଫାଇଦା ଏବେ ଖେଳାଳିମାନେ ପାଉଛନ୍ତି। ଶିବିରରୁ ସେ ଆନ୍ତର୍ଜାତିକ ମାନର ପ୍ରଶିକ୍ଷଣ ପାଇବା ପରେ ଭାରତକୁ ପ୍ରତିନିଧିତ୍ୱ କରିବା ଲକ୍ଷ୍ୟ ରଖିଥିବା ସାହିଦ କହିଛନ୍ତି। ସୂଚନାରୁ ପ୍ରକାଶ ଯେ, ୨୦୦୯ ମସିହାରୁ ବାରବାଟୀ ଷ୍ଟାଡିୟମସ୍ଥିତ ବାସ୍କେଟବଲ୍‌ କମ୍ପ୍ଲେକ୍ସରେ ସେ ଅଭ୍ୟାସ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe