ସହିଦ୍‌ ସ୍ପୋର୍ଟିଂର ବୃହତ୍‌ ବିଜୟ

Advertisment

ସର୍ବଭାରତୀୟ ଅରବିନ୍ଦ ସ୍ମାରକୀ କନିଷ୍ଠ କ୍ରିକେଟ୍‌

ସର୍ବଭାରତୀୟ ଅରବିନ୍ଦ ସ୍ମାରକୀ କନିଷ୍ଠ କ୍ରିକେଟ୍‌

ସହିଦ୍‌ ସ୍ପୋର୍ଟିଂର ବୃହତ୍‌ ବିଜୟ

ଭୁବନେଶ୍ୱର: ପାରାମାଉଣ୍ଟ୍‌ ପଡ଼ିଆରେ ରବିବାରଠାରୁ ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ ୧୫ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ସହିଦ୍‌ ସ୍ପୋର୍ଟିଂ ଦଳ ୮୫ ରନ୍‌ରେ ପାରାମାଉଣ୍ଟ୍‌କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପ୍ରଗତି ସ୍ପୋର୍ଟିଂକୁ ୧୯୧ ରନ୍‌ କରିଥିଲା। ଓମ୍‌ଶ୍ରୀରାମ ଦାସ ମହାପାତ୍ରଙ୍କ ଅର୍ଧଶତକ (୫୩, ୮୧ ବଲ୍‌, ୯ ଚୌକା) ସହିତ ପ୍ରିୟବ୍ରତ ଦାସ (୨୭) ଏବଂ ବିଭାଶ ଚାନ୍ଦ (୨୫) ବଳରେ ବଡ଼ ସ୍କୋର୍‌ କରିଥିଲା। କୁମାର ପରାଗ ସାମନ୍ତରାୟ ୩ ଓ୍ଵିକେଟ୍‌ ନେଇଥିବାବେଳେ ସାର୍ଥକ ସୌରଭ କୁମାର ଏବଂ ସୌଭାଗ୍ୟ ଶଙ୍କର ବେହେରା ୨-୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ପ୍ରଗତି ସ୍ପୋର୍ଟିଂ ୧୦୬ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପ୍ରତେ୍ୟୁଷ ପୁରୋହିତ ସର୍ବାଧିକ ୨୩ ରନ୍‌ କରିଥିଲେ। ଆଶୁତୋଷ ଚୁଡ଼ିଆ, ହିମାଂଶୁ ମହାଜନ, ବିଭାଷ ଚାନ୍ଦ ପ୍ରତ୍ୟେକ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଓମ୍‌ଶ୍ରୀରାମ ଦାସ ମହାପାତ୍ର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ପୂର୍ବତନ ରଣଜୀ ଖେଳାଳି ତଥା ପ୍ରଶିକ୍ଷକ ଅବକାଶ ଖଟୁଆଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସକାଳେ ଏହି ଦୁଇ ସପ୍ତାହ ବିଶିଷ୍ଟ ପ୍ରତିଯୋଗିତାକୁ ପର୍ଯ୍ୟଟନ ଓ ସସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ ଶାନ୍ତି, ବିଜେବି ନଗର ପିପୁଲ୍‌ସ ଆସୋସିଏସନ୍‌ ସଭାପତି ରଘୁନାଥ ମିଶ୍ର, ପାରାମାଉଣ୍ଟ୍‌ ସ୍ପୋର୍ଟିଂ ସଭାପତି ପ୍ରତାପ ଜେନା, ସମ୍ପାଦକ ଅଶୋକ ପାତ୍ର ଉପସ୍ଥିତ ଥିଲେ। ସୋମବାର ରାମେଶ୍ୱର ସ୍ପୋର୍ଟିଂ ସହିତ ବିବିସିଏର ମୁକାବିଲା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe