ସହିଦ୍‌ ସ୍ପୋର୍ଟିଂ ସେମିରେ

Advertisment
ସହିଦ୍‌ ସ୍ପୋର୍ଟିଂ ସେମିରେ

Cricket bat and ball on green grass of cricket pitch

ମାର୍ଶାଘାଇ: ଏଠାରେ ବୁଧବାର ଉଦ୍‌ଘାଟିତ ତ୍ରୟୋଦଶ ରାଜ୍ୟସ୍ତରୀୟ କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଥମ ଦିନ ଦୁଇ ଭୁବନେଶ୍ୱର ଦଳ ମୁକାବିଲାରେ ସହିଦ ସ୍ପୋର୍ଟିଂ ୫୯ ରନ୍‌ରେ ସ୍କାନ୍‌ ସ୍ପୋର୍ଟିଂକୁ ପରାସ୍ତ କରିଛି। ସହିଦ ସ୍ପୋର୍ଟିଂ ୨୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ କରିଥିଲା। ମାନସ ନାୟକ ୩୮, ମନୋଜ ବାରିକ ୩୫, ସନ୍ଦୀପ ସାଗର ୨୭ ଓ ଆଶୁତୋଷ ମହାନ୍ତି ୨୪ ରନ୍‌ କରିଥିଲା ବେଳେ ପ୍ରତିପକ୍ଷର ଆଲୋକ ସେଠୀ ୪, ପୂର୍ଣ୍ଣଚନ୍ଦ୍ର ଲେଙ୍କା ୩ ସନ୍ଦୀପ ଭଂଜଦେବ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ସ୍କାନ୍‌ ୨୨.୧ ଓଭରରେ ୧୦୪ ରନ୍‌ କରିପାରିଥିଲା। ବିଜୟୀ ଦଳର ସୌମ୍ୟ ସିଂ ଓ ମନୋଜ ବାରିକ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ମନୋଜ ବାରିକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe