ସଂଗରୋଧ ଉଲଂଘନ ମାମଲାରୁ ମୁଷ୍ଟିଯୋଦ୍ଧାଙ୍କୁ ମୁକ୍ତ କଲା ‘ସାଇ’

Advertisment

ଏନ୍‌ଆଇଏସ୍‌ରେ ପ୍ରଶିକ୍ଷଣ ପାଇଁ ଅନୁମତି ମିଳିଲା

ଏନ୍‌ଆଇଏସ୍‌ରେ ପ୍ରଶିକ୍ଷଣ ପାଇଁ ଅନୁମତି ମିଳିଲା

କ୍ରୀଡ଼ା କାର୍ଯ୍ୟକଳାପ ପାଇଁ ‘ସାଇ’ର ପରିବର୍ତ୍ତିତ ଏସ୍‌ଓପି

Mathrubhumi English

ନୂଆଦିଲ୍ଲୀ: ମୁଷ୍ଟିଯୋଦ୍ଧାମାନଙ୍କ ଦ୍ବାରା ସଂଗରୋଧ ଉଲଂଘନ ମାମଲାର ତଦନ୍ତକୁ ଶେଷ କରିଛି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)। ଏଥିସହିତ ସେମାନଙ୍କୁ ମୁକ୍ତ କରିବା ପରେ ଏନ୍‌ଆଇଏସ୍‌ ପାତିଆଲାରେ ଚାଲିଥିବ‌ା‌ ଜାତୀୟ ଶିବିରରେ ପ୍ରଶିକ୍ଷଣ ପୁନଃଆରମ୍ଭ କରିବା ପାଇଁ ଅନୁମତି ଦେଇଛି। ସଂଗରୋଧ ଉଲଂଘନ କରିଥିବା ମୁଷ୍ଟିଯୋଦ୍ଧାଙ୍କ ମଧ୍ୟରେ ଅଲିମ୍ପିକ୍‌ ଯୋଗ୍ୟ ବିକାଶ କୃଷ୍ଣନ୍‌ ଏବଂ ସତୀଶ କୁମାର ମଧ୍ୟ ରହିଥିଲେ। ତଦନ୍ତ ବେଳେ ମୁଷ୍ଟିଯୋଦ୍ଧାମାନେ ସଂଗରୋଧ ପ୍ରୋଟୋକଲ୍‌ ଉଲଂଘନ କରିଥିବା ସ୍ବୀକାର କରିଥିଲେ। ତେବେ ଏହା ଉଦେଶ୍ୟ ପ୍ରଣୋଦିତ ନଥିଲା ବୋଲି ତଦନ୍ତ କମିଟି ଅନୁଭବ କରିଥିଲା। ବରଂ ସଚେତନନା ଅଭାବରୁ ଏପରି ହୋଇଛି ବୋଲି ଜାଣିବାକୁ ପାଇଥିଲେ।

ସାଇ ସଚିବ ରୋହିତ ଭରଦ୍ବାଜଙ୍କ ନେତୃତ୍ବରେ ଗଠିତ ‘ସାଇ’ର ୪ ଜଣିଆ କମିଟି ତାଙ୍କର ଚୂଡାନ୍ତ ରିପୋର୍ଟ ଦାଖଲ କରିବା ବେଳେ ଏନ୍‌ଆଇଏସ୍‌ ପାତିଆଲାର ସ୍ଥାନୀୟ ପ୍ରଶାସନ ଦ୍ବାରା (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) କାର୍ଯ୍ୟକାରିତାରେ ନିର୍ଦିଷ୍ଟ ଉଲଂଘନ ହୋଇଥିବା ଜାଣିବାକୁ ପାଇଥିଲେ। ସେଥିପାଇଁ ସଠିକ୍‌ ପଦକ୍ଷେପ ନେବାକୁ ସୁପାରିସ କରିଛନ୍ତି। ଏବେ ପ୍ରତି ସପ୍ତାହରେ ପ୍ରତି କେନ୍ଦ୍ରର କୋଭିଡ୍‌-୧୯ ଟାସ୍କ ଫୋର୍ସ ସଦସ୍ୟ ଏବଂ ହାଇଜିନ୍‌ ଅଧିକାରୀଙ୍କର ସମୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଠାରେ ସୂଚନାଯୋଗ୍ୟ, ଏନ୍‌ଆଇଏସ୍‌ ପାତିଆଲାରେ ଅଲିମ୍ପିକ୍‌ଯୋଗ୍ୟ ମୁଷ୍ଟିଯୁଦ୍ଧ, ଭାରୋତ୍ତୋଳନ ଏବଂ ଆଥ୍‌ଲେଟ୍‌ମାନଙ୍କ ପ୍ରଶିକ୍ଷଣ ଚାଲୁରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe