ଭୁବନେଶ୍ବର: ପାତିଆଲାସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ଆୟୋଜିତ ୬ ସପ୍ତାହ ବିଶିଷ୍ଟ ପ୍ରମାଣପତ୍ର ପାଠ୍ୟକ୍ରମ କାର୍ଯ୍ୟକ୍ରମ ଗୁରୁବାର ଉଦ୍ଯାପିତ ହୋଇଯାଇଛି। ୨ ଜଣ ଅନ୍ତର୍ଜାତୀୟ ଖେଳାଳି, ୨୪ ଜାତୀୟ ସ୍ତରର ଖେଳାଳିଙ୍କ ସହିତ ୨୨ ରାଜ୍ୟରୁ ମୋଟ ୧୧୨ ଜଣ ଏଥିରେ ଭାଗ ନେଇ ତାଲିମ ପାଇଛନ୍ତି। ବିଶିଷ୍ଟ ଦୌଡ଼କୁଦ ପ୍ରଶିକ୍ଷକ ସଂଜୟ ଗଡ଼ନାୟକଙ୍କ ସହିତ ଭୂପିନ୍ଦର ସିଂହ (ବ୍ୟାଡ୍ମିଣ୍ଟନ), ଅଜିତ କୁମାର ମିଶ୍ର (କ୍ରିକେଟ୍), ଅଶୋକ କୁମାର ସିଂହ (ସନ୍ତରଣ), ସଂଜୟ କୁମାର ପଣ୍ଡା (ଯୋଗା) ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଦୌଡ଼କୁଦରେ ବରିନ୍ଦର ସିଂହ, କ୍ରିକେଟ୍ରେ ରିତେଶ ନେଗି, ବ୍ୟାଡ୍ମିଣ୍ଟନ୍ରେ ବିଶାଲ ଠକରନ୍, ସନ୍ତରଣରେ ନିକିତା ଯୋଗା-ବିଘ୍ନେଶ୍ବର ଟପ୍ପର ହୋଇଥିଲେ। କୃତକାର୍ଯ୍ୟମାନଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ଗୁରୁବାର ଉଦ୍ଯାପନୀ ଉତ୍ସବରେ କିଟ୍ ରେଜିଷ୍ଟ୍ରାର ପ୍ରଫେସର ସସ୍ମିତା ସାମନ୍ତ, ବିଶ୍ବ ବିଦ୍ୟାଳୟର କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ସାଇ ପ୍ରମାଣପତ୍ର ପାଠ୍ୟକ୍ରମ ଉଦ୍ଯାପିତ
Advertisment
Follow Us