‘ସାଇ’ର ନାମ ବର୍ତ୍ତମାନ ‘ସ୍ପୋର୍ଟସ ଇଣ୍ଡିଆ’ ହେବ: ରାଜ୍ୟବର୍ଦ୍ଧନ ରାଠୋର

Advertisment
‘ସାଇ’ର ନାମ ବର୍ତ୍ତମାନ ‘ସ୍ପୋର୍ଟସ ଇଣ୍ଡିଆ’ ହେବ: ରାଜ୍ୟବର୍ଦ୍ଧନ ରାଠୋର

ନୂଆଦିଲ୍ଲୀ: ସ୍ପୋର୍ଟସ ଅଥରଟି ଅଫ୍‌ ଇଣ୍ଡିଆ(ସାଇ)ର ନାମ ପରିବର୍ତ୍ତନ ହେବ। ନୂଅାଁ ନାମ ‘ସ୍ପୋର୍ଟସ ଇଣ୍ଡିଆ’ ହେବ ବୋଲି ବୁଧବାର ସ୍ପୋର୍ଟସ ବଡି ବୈଠକ ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି। ସେ କହିଛନ୍ତି ‘ସାଇ’ର ନାମ ପରିବର୍ତ୍ତନ ହୋଇଛି। ‘ଅଥରଟି’ ଶବ୍ଦକୁ ବାହାର କରି ଦିଆଯାଇଛି। ବର୍ତ୍ତମାନ ଏହା ‘ସ୍ପୋର୍ଟସ ଇଣ୍ଡିଆ’ ନାମରେ ଜଣାଯିବ।

ଖେଳ ବିଭାଗ ୧୯୮୪ରେ ପ୍ରତିଷ୍ଠା ହୋଇଥିଲା। ୫୦ତମ ଗଭର୍ଣ୍ଣିଙ୍ଗ ବଡି ବୈଠକ ଅବସରରେ ନିଷ୍ପତ୍ତି ହୋଇଛି ଯେ, ଆଥଲେଟିକ୍‌ମାନଙ୍କୁ ଖାଦ୍ୟ ଦେବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ସାଇର ଆବାସିକ ଯୋଜନାରେ ଗଭର୍ଣ୍ଣିଙ୍ଗ ବଡି ପକ୍ଷରୁ ସାଇକୁ ସ୍ୱାସ୍ଥ୍ୟକ୍ଷେତ୍ରରେ ଜଣାଶୁଣା କମ୍ପାନି ଓ ଖାଦ୍ୟ ବ୍ୟବସ୍ଥାରେ ଉନ୍ନତ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe