ଏନ୍‌ସିଏ ଶିବିରରେ ଯୋଗଦେବେ ସାଇଦୀପ

Advertisment
ଏନ୍‌ସିଏ ଶିବିରରେ ଯୋଗଦେବେ ସାଇଦୀପ

କଟକ: ଓଡ଼ିଶାର କନିଷ୍ଠ କ୍ରିକେଟର ସାଇଦୀପ ମହାପାତ୍ର ଚଳିତ ସପ୍ତାହରେ ଏନ୍‌ସିଏ ଶିବିରରେ ଯୋଗଦେବେ। ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇସାରିଥିବା ଶିବିରରେ ସାଇଦୀପ ଭାଗ ନେଇପାରିନଥିଲେ। ଯୁକ୍ତ ଦୁଇ ପରୀକ୍ଷା ଥିବାରୁ ଶିବିରରେ ସାମାନ୍ୟ ବିଳମ୍ବରେ ଯୋଗଦେବାକୁ ଏନ୍‌ସିଏକୁ ଆବେଦନ କରିଥିଲେ। ସେହି ଅନୁସାରେ ଏନ୍‌ସିଏ ପକ୍ଷରୁ ତାଙ୍କୁ ସୁଯୋଗ ଦିଆଯାଇଥିଲା। ଫଳରେ ଆସନ୍ତା ୨୭ ତାରିଖରେ ସେ ଗୁଜୁରାଟରେ ଚାଲିଥିବା ଶିବିରରେ ପହଞ୍ଚିବେ। ସୂଚନାଯୋଗ୍ୟ, ଓଡ଼ିଶାରୁ ସାଇଦୀପଙ୍କ ବ୍ୟତୀତ ଆଶୀର୍ବାଦ ସ୍ବାଇଁ, ସୁଶୀଲ ବାରିକ, ଅ˚ଶୁମାନ ସାହୁ, ଆଦିତ୍ୟ ସି˚ହ ଏନ୍‌ସିଏ ଶିବିରରେ ଯୋଗଦେଇସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe