ଜାକର୍ତା: ଭାରତୀୟ ଲଳନା ସାଇନା ନେହଓ୍ଵାଲ୍ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ୍ରେ ହାରି ଯାଇଛନ୍ତି। ପ୍ରାୟ ଗୋଟିଏ ବର୍ଷ ପରେ କୌଣସି ଆନ୍ତର୍ଜାତିକ ପ୍ରତିଯୋଗିତାର ଫାଇନାଲ୍ ଖେଳିଥିଲେ ମଧ୍ୟ ବିଶ୍ୱ ମାନ୍ୟତାର ଦ୍ୱାଦଶ ସାଇନା ତାଙ୍କର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ତଥା ବିଶ୍ୱ ମାନ୍ୟତାର ଶୀର୍ଷ ଚାଇନିଜ୍ ତାଇପେ ଖେଳାଳି ତାଇ ଜୁ ୟିଙ୍ଗ୍ଙ୍କ ନିକଟରୁ କ୍ରମାଗତ ସପ୍ତମ ଥର ପାଇଁ ପରାସ୍ତ ହେଲେ। କେବଳ ସେତିକି ନୁହେଁ, ପରସ୍ପର ମଧ୍ୟରେ ଶେଷ ୧୦ ଥର ମୁକାବିଲା ମଧ୍ୟରୁ ସାଇନା ୯ ଥର ୟିଙ୍ଗ୍ଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ମାତ୍ର ଗୋଟିଏ ଥର ୨୦୧୩ ସ୍ୱିସ୍ ଓପନ୍ରେ ହିଁ ୟିଙ୍ଗ୍ଙ୍କ ବିପକ୍ଷରେ ସାଇନା ବିଜୟ ପାଇଥିଲେ। ଏଥର ରବିବାର ଫାଇନାଲ୍ରେ ଜୁ ୟିଙ୍ଗ୍ଙ୍କ ନିକଟରୁ ସାଇନା ମାତ୍ର ୨୭ ମିନିଟ୍ ମଧ୍ୟରେ ୯-୨୧ ଓ ୧୩-୨୧ ସିଧାସଳଖ ଗେମ୍ରେ ହାରି ଉପବିଜୟିନୀରେ ସନ୍ତୁଷ୍ଟ ରହିଲେ।
ଫାଇନାଲ୍ରେ ଝୁଣ୍ଟିଲେ ସାଇନା
Advertisment
Follow Us