ରିଲିଜ୍‌ ହେଲା ଚଳଚ୍ଚିତ୍ର ‘ସାଇନା’, ପ୍ରଶଂସା ଗୋଟାଇ ଚାଲିଲେ ଅଭିନେତ୍ରୀ ପରିଣୀତି ଚୋପ୍ରା

Advertisment
ରିଲିଜ୍‌ ହେଲା ଚଳଚ୍ଚିତ୍ର ‘ସାଇନା’, ପ୍ରଶଂସା ଗୋଟାଇ ଚାଲିଲେ ଅଭିନେତ୍ରୀ ପରିଣୀତି ଚୋପ୍ରା

www.indiatoday.in

ନୂଆଦିଲ୍ଲୀ: ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହେୱାଲ୍‌ଙ୍କ ଉପରେ ଆଧାରିତ ଚଳଚ୍ଚିତ୍ରରେ ତାଙ୍କ ଭୂମିକା ନିଭାଇ ଚର୍ଚ୍ଚା ପାଲଟିଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା। ଚଳଚ୍ଚିତ୍ରଟି ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରରେ ପରିଣୀତି ଜଣେ ଖେଳାଳି ଭୂମିକାରେ ନଜର ଆସିବା ପରେ ସୋସିଆଲ୍‌ ମିଡିଆରେ ତାଙ୍କ ଚମତ୍କାର ଅଭିନୟ ପାଇଁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ଜଣେ ଖେଳାଳି ଭୂମିକାରେ ଅବତୀର୍ଣ୍ଣ ହୋଇ ଯେଉଁଭଳି ଭାବେ ଅଭିନେତ୍ରୀ ସାଇନାଙ୍କ ଚରିତ୍ରକୁ ନ୍ୟାୟ ଦେଇଛନ୍ତି ସେଥିପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଛି।

ଚଳଚ୍ଚିତ୍ରକୁ ଦେଖିବା ପରେ କେହି ପ୍ରଶଂସକ ଏହାକୁ ନିଶ୍ଚିତ ଦେଖାବା ଉଚିତ ବୋଲି କହିଛନ୍ତି ତ ଆଉ କେହି ଏହାକୁ ଏକ ଚମତ୍କାର ଚଳଚ୍ଚିତ୍ର ବୋଲି ମତ ଦେଇଛନ୍ତି। ଚଳଚ୍ଚିତ୍ରକୁ ଦେଖିବା ପରେ କେହି କେହି ପରିଣୀତି ଚୋପ୍ରାଙ୍କୁ ଦେଶର ଗର୍ବ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି।

ଅନ୍ୟ ଜଣେ ଟ୍ବିଟର୍‌ ବ୍ୟବହାରକାରୀ ଲେଖିଛନ୍ତି, ‘ଟ୍ରେଲର୍‌ ଦେଖିବା ପରେ ଚଳଚ୍ଚିତ୍ରଟି ସାଧାରଣ ହୋଇଥିବ ବୋଲି ଅନୁଭବ ହୋଇଥିଲା। ମାତ୍ର ଦେଖିବା ପରେ ଜାଣିବାକୁ ପାଇଲି ଯେ ଫିଲ୍ମଟି ସାଧାରଣଠାରୁ ଯଥେଷ୍ଟ ଉପରେ। ନିହାତି ଭାବେ ଏକ ଭଲ ଚଳଚ୍ଚିତ୍ର।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe