ଡିସେମ୍ବର ୧୬ରେ ବିବାହ କରିବା ପଛର କାରଣ କହିଲେ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ଵାଲ

ଡିସେମ୍ବର ୧୬ରେ ବିବାହ କରିବା ପଛର କାରଣ କହିଲେ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ଵାଲ

ନୂଆଦିଲ୍ଲୀ: ଭାରତର ମହିଳା ବ୍ୟାଡମିଣ୍ଟନ ଷ୍ଟାର ଖେଳାଳି ସାଇନା ନେହଓ୍ଵାଲ ବ୍ୟାଡମିଣ୍ଟନ ଷ୍ଟାର ଖେଳାଳି ପାରୁପଲ୍ଲୀ କଶ୍ୟପଙ୍କୁ ଡିସେମ୍ବର ୧୬ରେ ହାଇଦ୍ରାବାଦରେ ବିବାହ କରିବେ ବୋଲି ଜଣାପଡ଼ିଛି। ବିବାହ ଉତ୍ସବରେ ଦୁହଁଙ୍କୁ ଆଶୀର୍ବାଦ ଦେବା ପାଇଁ ୧୦୦ଜଣ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯିବ। ଏହା ପରେ ଡ଼ିସେମ୍ବର ୨୧ରେ ବିବାହ ଭୋଜି ଆୟୋଜିତ ହେବ । ଯେଉଁଥିରେ ଦୁଇ ଜଣଙ୍କ ପରିବାରର ସଦସ୍ୟଙ୍କ ସମେତ ସାରା ଦେଶର ଜଣାଶୁଣା ଲୋକଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜଣାପଡ଼ିଛି।

ତେବେ ସାଇନା ଡିସେମ୍ବର ୧୬ରେ ବିବାହ କରିବେ ବୋଲି ସ୍ଥିର କରିବାର କାରଣ ହେଉଛି, ଡିସେମ୍ବର ୨୦ରୁ ପ୍ରିମିୟର ବ୍ୟାଡମିଣ୍ଟନ୍‌ ଲିଗ୍‌ରେ ସେ ବ୍ୟସ୍ତ ହୋଇଯିବେ। ଏହାପରେ ଟୋକିୟୋ ଗେମ୍ସ ପାଇଁ କ୍ୱାଲିଫାୟର୍ସ ଆରମ୍ଭ ହୋଇଯିବ। ଏଥିପାଇଁ ଡିସେମ୍ବର ୧୬ ତାରିଖ ହିଁ ଏମିତି ଏକ ଦିନ ରହିଛି ଯେଉଁଦିନ ସେ ବିବାହ କରି ପାରିବେ। ଦୁହେଁ ନିଜର ଏହି ସମ୍ପର୍କକୁ କେବେ ସାର୍ବଜନୀନ କରି ନଥିଲେ ହେଁ ୧୦ବର୍ଷ ହେଲାଣି ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ଏବେ ଦୁହେଁ ନିଜ ସଂପର୍କକୁ ଆଉ ଗୋଟେ ପାଦ ଆଗକୁ ନେବା ସହ ବିବାହ କରିବାକୁ ନିଷ୍ପତ୍ତିି ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe