ପ୍ରଣୟ ହାରିଲେ; ସାଇନା ଓ ସିନ୍ଧୁଙ୍କୁ ବିଜୟ

Advertisment

ଇଣ୍ଡିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ଆରମ୍ଭ

ଇଣ୍ଡିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ଆରମ୍ଭ

ପ୍ରଣୟ ହାରିଲେ; ସାଇନା ଓ ସିନ୍ଧୁଙ୍କୁ ବିଜୟ

ନୂଆଦିଲ୍ଲୀ: ବୁଧବାରଠୁ ଆରମ୍ଭ ହୋଇଥିବା ଇଣ୍ଡିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ସାଇନା ନେହ୍ଵାଲ ଓ ପିଭି ସିନ୍ଧୁ ବିଜୟୀ ହୋଇଥିଲା ବେଳେ ଏଚ୍‌ଏସ୍‌ ପ୍ରଣୟ ପରାଜୟର ସାମ୍‌ନା କରିଛନ୍ତି। ମହିଳା ଏକକରେ ଇଣ୍ଡୋନେସିଆ ମାଷ୍ଟର୍ସ ଉପବିଜୟିନୀ ସାଇନା ଡେନ୍‌ମାର୍କର ସୋଫତି ହୋଲ୍‌ମ୍ବଇ ଡାଲ୍‌ଙ୍କୁ ୨୧-୧୫ ଓ ୨୧-୯ ସିଧାସଳଖ ଗେମ୍‌ରେ ପରାସ୍ତ କରିଥିଲଶ ବେଳେ ଗତଥର ବିଜୟିନୀ ସିନ୍ଧୁ ୨୧-୧୦ ଓ ୨୧-୧୩ରେ ଅନ୍ୟତମ ଡେନ୍‌ମାର୍କ ଲଳନା ନାତାଲିଆ କୋଚ୍‌ ରୋଡେଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ସାଇନାଙ୍କ ମୁକାବିଲା ଡେନ୍‌ମାର୍କର ଲିନେ ହଜ୍‌ମାର୍କ କାର୍ସଫେଲ୍‌ଡ୍‌ ଏବଂ ସିନ୍ଧୁଙ୍କ ମୁକାବିଲା ଭାରତର ବୈଦେହୀ ଚୌଧୁରୀ କିମ୍ବା ବୁଲ୍‌ଗେରିଆର ଲିଣ୍ଡା ଜେଚିରିଙ୍କ ସହ ହେବ। ତେବେ ପୁରୁଷ ଏକକରେ ପ୍ରଣୟ ପ୍ରଥମ ବାଧା ଅତିକ୍ରମ କରିପାରିନାହାନ୍ତି। ପାଦ ଯନ୍ତ୍ରଣା ସତ୍ତ୍ୱେ ବାଧ୍ୟ ହୋଇ ଖେଳିଥିବା ପ୍ରଣୟ ପ୍ରଥମ ପର୍ଯ୍ୟାୟରେ ନିଜ ଦେଶର ଯୁବ ତାରକା ଶ୍ରେୟାଂଶ ଜୟସ୍ୱାଲ୍‌ଙ୍କଠାରୁ ୪-୨୧ ଓ ୬-୨୧ରେ ହାରିଯାଇଛନ୍ତି। ବିଡବ୍ଲୁଏଫ୍‌ (ବ୍ୟାଡ୍‌ମିଣ୍ଟନ ବିଶ୍ୱ ସଂଘ)ର ନୂଆ ନିୟମ ଅନୁଯାୟୀ ପ୍ରତ୍ୟେକ ବର୍ଗର ପ୍ରମୁଖ ୧୫ ଜଣ ଏକକ ଖେଳାଳି ସୁପର-୧୦୦୦, ସୁପର-୭୫୦ ଓ ସୁପର-୫୦୦ ବ୍ୟତୀତ ୧୨ ପ୍ରତିଯୋଗିତା ଖେଳିବା ବାଧ୍ୟତାମୂଳକ ରହିଛି। ଏହି ଦୃଷ୍ଟିରୁ ଆହତ ସତ୍ତ୍ୱେ ପ୍ରଣୟ ଇଣ୍ଡିଆ ଓପନ୍‌ରେ ଖେଳିବାକୁ ବାଧ୍ୟ ହୋଇଥିଲେ। ହେଲେ ସେ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ବି ସାଇ ପ୍ରଣୀତ ୨୧-୧୧, ୧୭-୨୧ ଓ ୨୧-୧୭ରେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ରାଜୀବ ଓସେପ୍‌ଙ୍କୁ ପୁରୁଷ ଏକକ ପ୍ରଥମ ପର୍ଯ୍ୟାୟରେ ପରାସ୍ତ କରିଥିଲା ବେଳେ ମହିଳା ଏକକ ପ୍ରଥମ ପର୍ଯ୍ୟାୟରେ ଆକର୍ଷି କାଶ୍ୟପ ଓ ଋତ୍ୱିକା ଶିବାନୀ ଗାଡେ ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe