ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ସାଇନା ନେହୱାଲଙ୍କ ଆତ୍ମଜୀବନୀ ଚଳିତ ମାସ ୨୬ ତାରିଖରେ ଓଟିଟି ପ୍ଲାଟ୍ଫର୍ମରେ ମୁକ୍ତିଲାଭ କରିବ। ସାଇନାଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ରର ନିର୍ଦେଶକ ରହିଛନ୍ତି ଅମୋଲ ଗୁପ୍ତା। ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନାଙ୍କ ଚରିତ୍ରରେ ପରିନୀତି ଚୋପ୍ରା ଅଭିନୟ କରିଛନ୍ତି। ଟି-ସିରିଜ ବ୍ୟାନର୍ରେ ଏହା ମୁକ୍ତିଲାଭ କରିବ। ଏହି ବିଷୟରେ ସାଇନା ମଙ୍ଗଳବାର ଟ୍ବିଟ୍ କରି ଜଣାଇଛନ୍ତି। ‘‘ମୋ ପ୍ରଥମ ଆତ୍ମଜୀବନୀକୁ ଦେଖନ୍ତୁ। ଏହି ସିନେମା ଆସନ୍ତା ୨୬ ତାରିଖରେ ମୁକ୍ତିଲାଭ କରିବ। ଏହାକୁ ପ୍ରସ୍ତୁତରେ ସହଯୋଗ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା’’ ବୋଲି ସାଇନା ମଙ୍ଗଳବାର ଟ୍ବିଟ୍ କରିଛନ୍ତି।
୨୬ରେ ମୁକ୍ତିଲାଭ କରିବ ସାଇନାଙ୍କ ଆତ୍ମଜୀବନୀ
Advertisment
Follow Us