ଜୟପୁର: ଭାରତୀୟ ଦଳର ପୂର୍ବତନ ସ୍ପିନର ସାଇରାଜ୍ ବାହୁତୁଲେ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ଦଳର ସ୍ପିନ୍ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ତିନି ବର୍ଷ ଧରି ବେଙ୍ଗଲ ରଣଜୀ ଦଳର ପ୍ରଶିକ୍ଷକ ରହିଥିବା ବାହୁତୁଲେଙ୍କୁ ମଙ୍ଗଳବାର ଏହି ଦାୟିତ୍ୱ ମିଳିଛି। ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସେନ୍ ଓ୍ଵର୍ନଙ୍କୁ ଦଳର ପରାମର୍ଶଦାତା ଏବଂ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍ ସ୍ମିଥ୍ଙ୍କ ଅଧିନାୟକ ନିଯୁକ୍ତ କରିସାରିଛି।
ସାଇରାଜ୍ ରାଜସ୍ଥାନ ରୟାଲ୍ସ ସ୍ପିନ୍ ପ୍ରଶିକ୍ଷକ
Advertisment
Follow Us