ସକିବ ଭାଙ୍ଗିଥିଲେ ଡ୍ରେସିଂ ରୁମ୍‌ କବାଟ

ସକିବ ଭାଙ୍ଗିଥିଲେ ଡ୍ରେସିଂ ରୁମ୍‌ କବାଟ

Bangladesh's Shakib Al Hasan walks from the field after their win in the Pool A 2015 Cricket World Cup match between Bangladesh and Scotland at Saxton Park Oval in Nelson on March 5, 2015. AFP PHOTO / MARTY MELVILLE (Photo credit should read Marty Melville/AFP/Getty Images)

କଲମ୍ବୋ: ନିଦାହାସ ଟ୍ରଫିର ଶ୍ରୀଲଙ୍କା ବିପକ୍ଷ କର ବା ମର ମ୍ୟାଚ୍‌ରେ ବାଂଲାଦେଶ ଖେଳାଳିମାନେ ଯେଭଳି ଅଶୋଭନୀୟ ଆଚରଣ କରିଥିଲେ ତାହା ନିଶ୍ଚିତ ଭାବେ ନିନ୍ଦନୀୟ। ପଡ଼ିଆ ଭିତରେ ସଭ୍ୟତା ଭୁଲି ଯାଇଥିବା ଏହି ଖେଳଳିମାନେ ପଡ଼ିଆ ବାହାରେ ମଧ୍ୟ କିଛି କମ୍‌ ଉତ୍ପାତ କରି ନଥିଲେ। ଦୁର୍ଭାଗ୍ୟଜନକ ଭାବେ ଅଧିନାୟକ ସକିବ-ଅଲ୍‌-ହାସନ ଏହାର ନେତୃତ୍ୱ ନେଇଥିଲେ। ଅମ୍ପାୟାରଙ୍କ ନିଷ୍ପତ୍ତିରେ ଘୋର ଅସନ୍ତୋଷ ଜାହିର କରି ନିଜ ଖେଳାଳିଙ୍କୁ ପଡ଼ିଆ ଛାଡ଼ିବାକୁ ପ୍ରବର୍ତାଇଥିବା ସକିବ ବାଂଲା ଦଳର ଡ୍ରେସିଂ ରୁମ୍‌ କବାଟ କାଚ୍‌କୁ ବି ଭାଙ୍ଗି ଦେଇଥିଲେ। ଏକଥା ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡଙ୍କ ତଦନ୍ତରୁ ଜଣାଡ଼ିଛି। ପୂର୍ବରୁ ନିଜ କୁକର୍ମ ପାଇଁ ମ୍ୟାଚ୍‌ ପାଉଣାର ୨୫ ପ୍ରତିଶତ ହରାଇ ସାରିଥିବା ସକିବଙ୍କ ବିରୋଧରେ ଆଇସିସି ପୁଣି କି କାର୍ଯର୍୍ୟାନୁଷ୍ଠାନ ନେଉଛି ତାହା କେବଳ ଯାହା ଦେଖିବା ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe