ସକିବୁଲ୍‌ଙ୍କ ବିଶ୍ବ କୀର୍ତ୍ତିମାନ: ପ୍ରଥମ ‌ଶ୍ରେଣୀ ପଦାର୍ପଣରେ ତ୍ରିଶତକ ଜମାଇବାରେ ପ୍ରଥମ

Advertisment
ସକିବୁଲ୍‌ଙ୍କ ବିଶ୍ବ କୀର୍ତ୍ତିମାନ: ପ୍ରଥମ ‌ଶ୍ରେଣୀ ପଦାର୍ପଣରେ ତ୍ରିଶତକ ଜମାଇବାରେ ପ୍ରଥମ

କୋଲ୍‌କାତା: ବିହାର ବ୍ୟାଟର୍‌ ସକିବୁଲ୍‌ ଗନି ଶୁକ୍ରବାର ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଯାଦବପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌-୨ ପଡ଼ିଆରେ ଚାଲିଥିବା ଚଳିତ ରଣଜୀ ଋତୁର ପ୍ଲେଟ୍‌ ଗ୍ରୁପ୍‌ ପ୍ରଥମ ରାଉଣ୍ଡ୍‌ରେ ମିଜୋରାମ ବିପକ୍ଷ ମ୍ୟାଚ୍‌ରେ ସକିବୁଲ ତ୍ରିଶତକ ଜମାଇଛନ୍ତି। ଫଳରେ ପ୍ରଥମ ଶ୍ରେଣୀ ପଦାର୍ପଣରେ ତ୍ରିଶତକ ହାସଲ କରିବାରେ ଗନି ମଧ୍ୟ କ୍ରିକେଟ୍‌ ଇତିହାସରେ ପ୍ରଥମ ବ୍ୟାଟର୍‌ ହୋଇଛନ୍ତି। ମିଜୋରାମ ବିପକ୍ଷ ଏହି ମ୍ୟାଚ୍‌ର ଦ୍ବିତୀୟ ଦିବସରେ ଗନି ୪୦୫ ବଲ୍‌ ଖେଳି ୩୪୧ ରନ୍‌ କରିଛନ୍ତି। ୮୪.୨୦ ହାରରେ ରନ୍‌ ସଂଗ୍ରହ କରିଥିବା ଗନିଙ୍କ କୀର୍ତ୍ତିମାନଭରା ପାଳି ମଧ୍ୟରେ ୫୬ ଚୌକା ଏବଂ ୨ ଛକା ସାମିଲ ଥିଲା। ତାଙ୍କ ତ୍ରିଶତକ ସାଙ୍ଗକୁ ବବୁଲ କୁମାର (୨୨୯, ୩୯୮ ବଲ୍‌, ୨୭ ଚୌକା, ୧ ଛକା)ଙ୍କ ଦ୍ବିଶତକ ବଳରେ ବିହାର ୬୮୬/୫ରେ ପ୍ରଥମ ପାଳି ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe