ଟ୍ୟୁସନ ଶିକ୍ଷକଙ୍କ ଦ୍ବାରା ହୋଇଛି ଯୌନ ନିର୍ଯାତନାର ଶିକାର

Advertisment

‘ଉଇଟନେସ’ ପୁସ୍ତକରେ ନିଜର ସଂଘର୍ଷମୟ ଜୀବନକୁ ବଖାଣି ସାକ୍ଷୀ ଉଲ୍ଲେଖ କରିଛନ୍ତି, ‘ଟ୍ୟୁସନ ଶିକ୍ଷକଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଛି। କିନ୍ତୁ ଭୟରେ କାହାକୁ କିଛି ଜଣାଇ ପାରିନାହିଁ।’

‘ଉଇଟନେସ’ ପୁସ୍ତକରେ ନିଜର ସଂଘର୍ଷମୟ ଜୀବନକୁ ବଖାଣି ସାକ୍ଷୀ ଉଲ୍ଲେଖ କରିଛନ୍ତି, ‘ଟ୍ୟୁସନ ଶିକ୍ଷକଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଛି। କିନ୍ତୁ ଭୟରେ କାହାକୁ କିଛି ଜଣାଇ ପାରିନାହିଁ।’


ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ହେଉଛନ୍ତି ପ୍ରଥମ ତଥା ଏକମାତ୍ର ଭାରତୀୟ ମହିଳା ଯିଏକି ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଛନ୍ତି। ସାକ୍ଷୀ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ହୋଇ ବିକ୍ଷୋଭରେ ସାମିଲ ହୋଇଥିଲେ। 

ଏହି ବିକ୍ଷୋଭ ପ୍ରଦର୍ଶନ ପରେ ସାକ୍ଷୀ କୁସ୍ତିରୁ ଅବସର ନେଇଥିଲେ। ସାକ୍ଷୀ ତାଙ୍କ ଜୀବନରେ ଘଟିଥିବା ଘଟଣାକୁ ‘ଉଇଟନେସ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକରେ ସାକ୍ଷୀ ଉଲ୍ଲେଖ କରିଛନ୍ତି କି, ‘ସେ ଯେତେବେଳେ ଛୋଟ ଥିଲେ ଟ୍ୟୁସନ ଶିକ୍ଷକ ତାଙ୍କୁ ଯୌନ ଶୋଷଣ କରିଥିଲେ କିନ୍ତୁ ସେ ଏ ବିଷୟରେ କାହାକୁ କିଛି କହି ପାରୁ ନଥିଲେ। କାରଣ ତାଙ୍କୁ ଲାଗୁଥିଲା ଏଥିରେ ତାଙ୍କ ଦୋଷ ରହିଛି । ଯଦି ସେ ଏବିଷୟରେ କାହାକୁ କୁହନ୍ତି ‌ଲୋକେ ତାଙ୍କୁ ଦୋଷ ଦେବେନି ତ?

ସାକ୍ଷୀଙ୍କ କହିବାନୁସାରେ, ‘ଟ୍ୟୁସନ ଶିକ୍ଷକ ମୋତେ ଅନେକ ସମୟରେ ଘରକୁ ଡାକନ୍ତି। ସେ ମୋତେ ଛୁଇଁବାକୁ ମଧ୍ୟ ଚେଷ୍ଟା କରିନ୍ତୁ। ତେଣୁ ମୁଁ ଟ୍ୟୁସନ ଯିବାକୁ ଡରୁଥିଲି । ଅନେକଥର ଚେଷ୍ଟା କରିଛି ମା’କୁ ଏହି ଘଟଣା ବିଷୟରେ ଜଣାଇବାକୁ କିନ୍ତୁ ଜଣାଇ ପାରି ନାହିଁ।’ 

ଏହି ଘଟଣା  ବ୍ୟତୀତ ସାକ୍ଷୀ ପୁସ୍ତକରେ ନିଜ ଜୀବନରେ ସାମ୍ନା କରିଥିବା ଅନେକ ସଂଘର୍ଷକୁ ବଖାଣିଛନ୍ତି।

ଡିସେମ୍ବର ୨୦୨୩ରେ କୁସ୍ତିରୁ ଅବସର ନେଇ ସାକ୍ଷୀ ମଲିକ୍ କ୍ରୀଡା ଜଗତରେ ଏକ ହଇଚଇ ସୃଷ୍ଟି କରିଥିଲେ। ଟାଇମ୍ସ ମାଗାଜିନ୍ ସାକ୍ଷୀଙ୍କୁ ୨୦୨୪ରେ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ନାମିତ କରି୍‌ଥିଲା। ଅଲିମ୍ପିକ୍ସ ଇତିହାସରେ କୁସ୍ତିରେ ପଦକ ଜିତିଥିବା ସାକ୍ଷୀ ହେଉଛନ୍ତି ପ୍ରଥମ ମହିଳା ରେସଲର। ସେ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ସମଗ୍ର ବିଶ୍ୱରେ ଭାରତ ପାଇଁ ଗୌରବ ଆଣିଥିଲେ। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe