ଆଇଏସପିଏଲରେ ପ୍ରବେଶ କଲେ ସଲମାନ

ସଲମାନ ଖାନ ଆଇଏସପିଏଲରେ ଏକମାତ୍ର ବଲିଉଡ ଷ୍ଟାର ନୁହଁନ୍ତି। ତାଙ୍କ ବ୍ୟତୀତ ଆହୁରି ଅନେକ ଫିଲ୍ମ ଷ୍ଟାର ମଧ୍ୟ ଏଥିରେ ସାମିଲ ଅଛନ୍ତି। ଯେଉଁଥିରେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ହ୍ରିତିକ୍ ରୋଶନ ଏବଂ ରାମ ଚରଣଙ୍କ ଭଳି ବଡ଼ବାଡ଼ ଷ୍ଟାରଙ୍କ ନାମ ଅନ୍ତର୍ଭୁକ୍ତ ରହିଛି।

d7a4528b-8e89-40de-9c64-1f4cf960d357

ନୂଆଦିଲ୍ଲୀ: କ୍ରିକେଟ ଦୁନିଆରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନ, ଶିଳ୍ପା ସେଟ୍ଟୀ ଏବଂ ପ୍ରୀତି ଜିଣ୍ଟାଙ୍କ ପରେ, ସଲମାନ ଖାନ ମଧ୍ୟ ଫ୍ରାଞ୍ଚାଇଜ୍ କ୍ରିକେଟରେ ପ୍ରବେଶ କରିଛନ୍ତି। 

ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗରେ ନୂଆଦିଲ୍ଲୀ ଦଳ ତାଙ୍କୁ ମାଲିକ ଭାବରେ ନାମିତ କରିଛି। ଏହି ଟୁର୍ଣ୍ଣାମେଣ୍ଟ ଏକ ଟି୧୦ ଟେନିସ୍ ବଲ୍ କ୍ରିକେଟ ଲିଗ ରହିଛି।

ସଲମାନ ଖାନ ଆଇଏସପିଏଲରେ ଏକମାତ୍ର ବଲିଉଡ ଷ୍ଟାର ନୁହଁନ୍ତି। ତାଙ୍କ ବ୍ୟତୀତ ଆହୁରି ଅନେକ ଫିଲ୍ମ ଷ୍ଟାର ମଧ୍ୟ ଏଥିରେ ସାମିଲ ଅଛନ୍ତି। ଯେଉଁଥିରେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ହ୍ରିତିକ୍ ରୋଶନ ଏବଂ ରାମ ଚରଣଙ୍କ ଭଳି ବଡ଼ବାଡ଼ ଷ୍ଟାରଙ୍କ ନାମ ଅନ୍ତର୍ଭୁକ୍ତ ରହିଛି।

ଆଇଏସପିଏଲ ଦଳ ଏବଂ ସେମାନଙ୍କର ମାଲିକଙ୍କ ତାଲିକା ନିମ୍ନରେ ପ୍ରଦତ୍ତ
ନୂଆ ଦିଲ୍ଲୀ - ସଲମାନ ଖାନ
ମାଝି ମୁମ୍ବାଇ - ଅମିତାଭ ବଚ୍ଚନ
ଟାଇଗର୍ସ ଅଫ୍ କୋଲକାତା - ସୈଫ୍ ଅଲ୍ଲୀ ଖାନ ଏବଂ କରୀନା କପୁର ଖାନ
ଶ୍ରୀନଗର କେ ବୀର - ଅକ୍ଷୟ କୁମାର
ଚେନ୍ନାଇ ସିଂଘମ୍ସ - ସୁରିଆ
ବାଙ୍ଗାଲୋର ଷ୍ଟ୍ରାଇକର୍ସ - ହ୍ରିତିକ୍ ରୋଶନ
ଫାଲକନ୍ ରାଇଜର୍ସ ହାଇଦ୍ରାବାଦ - ରାମ ଚରଣ

ସମ୍ପ୍ରତି ଲିଗର ଦ୍ୱିତୀୟ ସିଜିନ ଶେଷ ହୋଇଛି। ଯେଉଁଥିରେ ଅମିତାଭ ବଚ୍ଚନଙ୍କ ମାଝୀ ମୁମ୍ବାଇ ଦଳ ଅକ୍ଷୟ କୁମାରଙ୍କ ଶ୍ରୀନଗର କେ ବୀର ସହିତ ମୁକାବିଲା କରି  ସଫଳ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe