ସମ୍ବାଦ ପ୍ରଭାବ: ଓଡ଼ିଶା ଏଫ୍‌ସିର ‘ଷ୍ଟାଡିୟମ୍‌ ଟୁର୍‌’ ବାତିଲ

Advertisment
ସମ୍ବାଦ ପ୍ରଭାବ: ଓଡ଼ିଶା ଏଫ୍‌ସିର ‘ଷ୍ଟାଡିୟମ୍‌ ଟୁର୍‌’ ବାତିଲ

ଭୁବନେଶ୍ବର: ପ୍ରଶଂସକଙ୍କ ପାଇଁ ‘ସମ୍ବାଦ’ ସ୍ବର ଉଠାଇବା ପରେ ରାଜ୍ୟର ଘରୋଇ ଆଇଏସ୍‌ଏଲ୍‌ ଦଳ ଓଡ଼ିଶା ଏଫ୍‌ସିର ‘ଷ୍ଟାଡିୟମ୍‌ ଟୁର୍‌’କୁ ବାତିଲ କରି ଦିଆଯାଇଛି। ରବିବାର ଓଡ଼ିଶା ଏଫ୍‌ସିର ଖେଳାଳି ଏବଂ ଅଧିକାରୀମାନେ କଳିଙ୍ଗ ଷ୍ଟାଡିୟମ୍‌ ଭ୍ରମଣ କରିବା ସମୟରେ ମାଗଣାରେ ପ୍ରଶଂସକମାନେ ଯୋଡ଼ି ହୋଇପାରିବେ ବୋଲି କୁହାଯାଇଥିଲେ ମଧ୍ୟ ଶେଷରେ ଏହି କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଦିଆଯାଇଛି।

ଶୁକ୍ରବାର କ୍ଲବ୍‌ ପକ୍ଷରୁ ସାମାଜିକ ଗଣମାଧ୍ୟମ (ଟ୍ବିଟର୍‌ ଏବ ଫେସ୍‌ବୁକ୍‌) ଜରିଆରେ ଏହ‌ି ଷ୍ଟାଡିୟମ୍‌ ଟୁର୍‌ ଲାଗି ପ୍ରଶଂସକଙ୍କୁ ପଞ୍ଜୀକରଣ ଲାଗି ୩୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ନିବେଦନ କରାଯାଇଥିଲା। ସରକାରୀ ଚାପ ପରେ କେବଳ ପଞ୍ଜୀକରଣକୁ ଦେୟମୁକ୍ତ କରିଦିଆଯାଇଛି। ଶନିବାର (ଫେବ୍ରୁଆରି ୧) ସମ୍ବାଦରେ ପ୍ରକାଶିତ ‘ଓଡ଼ିଶା ଏଫ୍‌ସିର ମନମୁଖି କାରବାର’ ଶୀର୍ଷକୁ ଖବର ସମ୍ପର୍କରେ ସ୍ପଷ୍ଟୀକରଣ ରଖି କ୍ଲବ୍‌ ପକ୍ଷରୁ କୁହାଯାଇଛି ଯେ ଗତ ମାସରେ ବିଦ୍ୟାଳୟ ପିଲାଙ୍କ ସହ ଓଡ଼ିଶା ଏଫ୍‌ସି ଯୋଡ଼ି ହେବାର କାର୍ଯ୍ୟକ୍ରମ କରିଥିଲା। ରାଜ୍ୟର ଛାତ୍ରମାନଙ୍କୁ ଷ୍ଟାଡିୟମ୍‌ ଧାରଣା ଏବଂ ପେସାଦାର କ୍ଲବ୍‌ର ଭିତ୍ତିଭୂମିର ଅଭିଜ୍ଞତା ପ୍ରଦାନ କରାଯିବାକୁ ଏଭଳି ପ୍ରୟାସ କରାଯାଇଛି। ଅନ୍ୟପକ୍ଷରେ ବିଶ୍ବବ୍ୟାପୀ ପେସାଦାର କ୍ଲବ୍‌ ବ୍ୟବସ୍ଥାରେ ସର୍ବତ୍ର ବିଭିନ୍ନ ବ୍ୟବସାୟିକ କାର୍ଯ୍ୟକ୍ରମ ଯୋଡ଼ାଯାଇଥାଏ। ଆଗ୍ରହୀ ପ୍ରଶଂସକ ଏବଂ ସାଧାରଣ ଲୋକ ଏଥି ପାଇଁ ପାଉଣା ଦେଇଥାନ୍ତି। କିନ୍ତୁ ଓଡ଼ିଶା ଏଫ୍‌ସି ପରିଚାଳକମାନେ ଏଠା‌ରେ ଭୁଲିଯାଉଛନ୍ତି ବିଶ୍ବସ୍ତରୀୟ ଫୁଟ୍‌ବଲ୍ କ୍ଲବ୍‌ ଗୁଡିକ ସେମାନଙ୍କ ନିଜସ୍ବ ଭିତ୍ତିଭୂମିକୁ ନେଇ ଏସବୁ କାର୍ଯ୍ୟକ୍ରମ କରୁଥିବାବେଳେ କଳିଙ୍ଗ ଷ୍ଟାଡିୟମ୍‌ ଓଡ଼ିଶା ସରକାରଙ୍କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe