ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଚାଲିଥିବା ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ସମ୍ବଲପୁରର ବିଜୟ ଧାରା ଜାରି ରହିଥିଲା ବେଳେ କିଟ୍ ବିଶ୍ବବିଦ୍ୟାଳୟ ଝୁଣ୍ଟିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ ଏକତରଫା ଭାବେ ୯-୦ ଗୋଲ୍ରେ ପୁନେର ସାବିତ୍ରୀବାଈ ଫୁଲେ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛି। ସମ୍ବଲପୁର ପକ୍ଷରୁ ସୁଦୀପ ମିଞ୍ଜ (୧୧, ୩୮, ୪୫, ୫୬ ମିନିଟ୍) ୪ ଗୋଲ୍ ଦେଇଥିବା ବେଳେ କରନ ଲାକ୍ରା (୪, ୫୮ ମିନିଟ୍) ୨ ଏବଂ ଅଧିନାୟକ ରିତିକ କୁଜୁର (୩୪ ମିନିଟ୍), ଅଭିଷେକ ଟପ୍ନୋ (୮ ମିନିଟ୍) ଓ ଅନମୋଲ ଏକ୍କା (୫୮ ମନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ଅଧିକ ପଢ଼ନ୍ତୁ: Taekwondo: ଟାଏକୋଣ୍ଡୋ ଫେଡେରେସନ୍ କପ୍: ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହ ୧୯ ପଦକ
ତେବେ କିଟ୍ ବିଶ୍ବବିଦ୍ୟାଳୟ ୩-୯ ଗୋଲ୍ରେ ରବୀନ୍ଦ୍ରନାଥ ଟାଗୋର ବିଶ୍ବବିଦ୍ୟାଳୟଠୁ ପରାସ୍ତ ହୋଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକରେ ଏମ୍ଏସ୍ ବିଶ୍ବବିଦ୍ୟାଳୟ ୪-୨ ଗୋଲ୍ରେ ପଞ୍ଜାବ ବିଶ୍ବବିଦ୍ୟାଳୟକୁ, ଜୈନ ବିଶ୍ବବିଦ୍ୟାଳୟ ୨-୦ ଗୋଲ୍ରେ ଏଲ୍ଏନ୍ଆଇପିଇ ଗ୍ବାଲିୟରକୁ, ବୀର ବାହାଦୁର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ୩-୧ ଗୋଲ୍ରେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟକୁ, ମହାତ୍ମାଗାନ୍ଧୀ କାଶୀ ବିଦ୍ୟାପୀଠ ୪-୩ ଗୋଲ୍ରେ ଏସ୍ଆର୍ଏମ୍ ବିଶ୍ବବିଦ୍ୟାଳୟକୁ, ବର୍କତୁଲ୍ଲା ବିଶ୍ବବିଦ୍ୟାଳୟ ୩-୧ ଗୋଲ୍ରେ ଗୁରୁକୁଳ କାଙ୍ଗ୍ରି ବିଶ୍ବବିଦ୍ୟାଳୟକୁ ଏବଂ ଲଭ୍ଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟ ୫-୨ ଗୋଲ୍ରେ ବେଙ୍ଗାଲୁରୁ ସିଟି ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛି।
ଅଧିକ ପଢ଼ନ୍ତୁ: India vs New Zealand 2nd T20I: ଭାରତ ଆଗରେ ୨୦୯ ରନ୍ର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/23/23rkl_12_23012026_2112-2026-01-23-21-06-07.jpg)