ପେନାଲ୍‌ଟିରେ ସମ୍ବିତ ବିଜେତା

Advertisment

ଏସ୍‌ଜେଏଫ୍‌ଆଇ ଜାତୀୟ ସମ୍ମିଳନୀ

ଏସ୍‌ଜେଏଫ୍‌ଆଇ ଜାତୀୟ ସମ୍ମିଳନୀ

ପେନାଲ୍‌ଟିରେ ସମ୍ବିତ ବିଜେତା

ତିରୁବନନ୍ତପୁରମ୍‌: କେରଳର ତିରୁବନନ୍ତପୁରମଠାରେ ଚାଲିଥିବା ୪୦ତମ ଏସ୍‌ଜେଏଫ୍‌ଆଇ (ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ମହାସଂଘ) ପାଞ୍ଚ ଦିନିଆ ଜାତୀୟ ସମ୍ମିଳନୀ ଅବସରରେ ଅନୁଷ୍ଠିତ ଓଡ଼ିଶା ପ୍ରତିନିଧିନମାନେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପ୍ରତିନିଧି ଭାବେ ଭାଗ ନେଇଥିବା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସମ୍ବିତ ମହାପାତ୍ର ଦୁଇଟି ବର୍ଗରେ ସଫଳତା ପାଇଛନ୍ତି। ତ୍ରିପୁରା-ଓଡ଼ିଶା କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ୩ ଜଣିଆ ଦଳ ଫୁଟ୍‌ବଲ୍‌ ପେନାଲଟି ସୁଟ୍‌ ଆଉଟ୍‌ରେ ବିଜେତା ହୋଇଥିଲେ। ସମ୍ବିତ ମହାପାତ୍ର, ସରଜୁ ଚକ୍ରବର୍ତୀ ଏବଂ ସୁପ୍ରଭାତଙ୍କୁ ନେଇ ଗଠିତ ଏହି ଦଳ ତାମିଲନାଡୁ-୧, ବାଙ୍ଗାଲୋର୍‌-୨କୁ ହରାଇବା ପରେ ସେମିଫାଇନାଲ୍‌ରେ ମୁମ୍ବାଇ-୧କୁ ପରାସ୍ତ କରିଥିଲେ।

ଫାଇନାଲରେ ଏହି ଦଳ ଶକ୍ତିଶାଳୀ ବାଙ୍ଗାଲୋର୍‌କୁ ୫-୪ ଗୋଲ୍‌ରେ ପରାସ୍ତ କରି ବିଜେତା ହୋଇଥିଲେ। ଏହି ପ୍ରତିଯୋଗିତାରେ ଓସ୍‌ଜା ଦଳରୁ ପ୍ରତିନିଧିତ୍ୱ କରିଥିବା ଦେବାଶିଷ ସୁନ୍ଦରାୟ, ଦୀପ୍ତିରଂଜନ ସାମଲ ଏବଂ ସୁକେଶ ବେହେରା କ୍ୱାର୍ଟରଫାଇନାଲ୍‌ରେ ହାରିଥିଲେ। ଫୁଟ୍‌ବଲ୍‌ ଏବଂ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତା ସାଇ ଆଞ୍ଚଳିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ସେହିଭଳି ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ କୁଇଜ୍‌ ପ୍ରତିଯୋଗିତାରେ ସମ୍ବିତ-ସରଜୁ-ସୁପ୍ରଭାତଙ୍କ ଦଳ ୧୬ ଦଳ ଭିତରେ ଚତୁର୍ଥରେ ରହିଥିଲେ। କୁଇଜ୍‌ରେ ତାମିଲନାଡୁର ଦୁଇ ଦଳ ବିଜେତା ଏବଂ ଉପ ବିଜେତା ହୋଇଥିଲେ। ଏସ୍‌ଜେଏଫ୍‌ଆଇ ଦଳ ତୃତୀୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe