ସମଲିଙ୍ଗୀ କ୍ରିକେଟର୍‌ ଗର୍ଭବତୀ

Advertisment
ସମଲିଙ୍ଗୀ କ୍ରିକେଟର୍‌ ଗର୍ଭବତୀ

ଅକଲାଣ୍ଡ: ନ୍ୟୁଜିଲାଣ୍ଡର ସମଲିଙ୍ଗୀ କ୍ରିକେଟର ଆମି ସାଟର୍ଥୱେଟ୍ ଏବଂ ତାଙ୍କ ପତ୍ନୀ ଲିଆ ତାହୁହୁ ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ସେଥିପାଇଁ ସାଟର୍ଥୱେଟ୍ ଆସନ୍ତା କିଛି ମାସ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ଦୂରେଇ ରହିବେ। ଛୁଟିରେ ରହିବା‌ ସମୟରେ କିନ୍ତୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ତାଙ୍କୁ ତାଙ୍କ ପାଉଣା ପ୍ରଦାନ କରିବ। ତାହୁହୁ ମଧ୍ୟ ଘରେ ରହି ବିଶ୍ରାମ କରିବେ।

publive-image

ସାଟର୍ଥୱେଟ୍ ୨୦୨୧ ବିଶ୍ବକପ୍ ବେଳକୁ ନ୍ୟୁଜିଲାଣ୍ଡ ଦଳକୁ ଫେରିବେ। ସାଟର୍ଥୱେଟ୍ ଓ ତାହୁହୁ ୨୦୧୭ ମସିହା ମାର୍ଚ ମାସରେ ବିବାହ କରିଥିଲେ। ଏବେ ତାହୁହୁ କୃତ୍ରିମ ଗର୍ଭଧାରଣ ପଦ୍ଧତିରେ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏଥିନେଇ ତାହୁହୁ, ସାଟର୍ଥୱେଟ୍ ଏବଂ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଖୁସି ଜାହିର କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ୨୮ ବର୍ଷୀୟା ତାହୁହୁ ୪୮ ଦିନିକିଆ ଏବଂ ୨୮ ଟ୍ବେଣ୍ଟି-୨୦ ଖେଳିଛନ୍ତି। ସେହିଭଳି ୩୨ ବର୍ଷୀୟା ସାଟର୍ଥୱେଟ୍ ୧୦୧ ଦିନିକିଆ ଏବଂ ୭୫ ଟ୍ବେଣ୍ଟି-୨୦ରେ ନ୍ୟୁଜିଲାଣ୍ଡର ପ୍ରତିନିଧିତ୍ବ କରିଛନ୍ତି। ସେ ମଧ୍ୟ ସଂପ୍ରତି ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ୍ ଦଳର ଅଧିନାୟକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe