ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ବାଣ୍ଟିଲେ ମହମ୍ମଦ ସାମି

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ବାଣ୍ଟିଲେ ମହମ୍ମଦ ସାମି

ଲକ୍ଷ୍ନୌ: କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ନିଜ ସାମାଜିକ ଦାୟିତ୍ବ ତୁଲାଇ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ରିଲିଫ ଓ ଖାଦ୍ୟ ବାଣ୍ଟିଛନ୍ତି। ନିଜ ଘର ଉତ୍ତରପ୍ରଦେଶର ସାହାସପୁର ନିକଟସ୍ଥ ଏକ ଖାଦ୍ୟ ବଣ୍ଟନ କେନ୍ଦ୍ର ନିକଟରେ ବସ୍‌ରେ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ସାମି ରିଲିଫ୍‌ ସାମଗ୍ରୀ ବଣ୍ଟନ କରୁଥିବାର ଏକ ଭିଡିଓକୁ ମଙ୍ଗଳବାର ବିସିସିଆଇ ଟ୍ବିଟ୍‌ କରିଛି। ୨୪ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ସାମି ରିଲିଫ୍ ସହିତ ଖାଦ୍ୟ ପୁଡିଆ ଏବଂ ମାସ୍କ ମଧ୍ୟ ପ୍ରଦାନ କରିଛନ୍ତି।

କରୋନା ଭୂତାଣୁ ଜନିତ ଲକ୍‌ଡାଉନ୍ କାରଣରୁ ଜୀବନ ଓ ଜୀବିକା ନିର୍ବାହ ଲାଗି ସଂଘର୍ଷ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଘରକୁ‌ ଫେରୁଥିବା ବେଳେ ସାମି ସେମାନଙ୍କ ପ୍ରତି ଦରଦ ଦେଖାଇଛନ୍ତି। ସୂଚନାଯୋଗ୍ୟ, ବହୁ ଭାରତୀୟ କ୍ରିକେଟର୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେଶରେ ଅଦ୍ୟାବଧି ୨ ଲକ୍ଷରୁ ଅଧିକ ଲୋକ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ୫୦୦୦ରୁ ଊର୍ଧ୍ବ ଜୀବନ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe