ସାମ୍‌ସନ୍‌ ‘ଇପିଏଲ୍’ ବ୍ରାଣ୍ଡ ଆମ୍ବାସଡର

ଭାରତ ପାଇଁ କ୍ରିକେଟର୍‌ ସଂଜୁ ସାମ୍‌ସନ୍‌ ଇଂଲିସ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌)ର ବ୍ରାଣ୍ଡ୍‌ ଆମ୍ବାସଡର ନିଯୁକ୍ତ ହୋଇଛନ୍ତି। ଏହି ତାରକା କ୍ରିକେଟର୍‌ଙ୍କ ସହ ଭାଗିଦାରୀ ହୋଇ ଭାରତରେ...

Untitled-6

ନୂଆଦିଲ୍ଲୀ: ଭାରତ ପାଇଁ କ୍ରିକେଟର୍‌ ସଂଜୁ ସାମ୍‌ସନ୍‌ ଇଂଲିସ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌)ର ବ୍ରାଣ୍ଡ୍‌ ଆମ୍ବାସଡର ନିଯୁକ୍ତ ହୋଇଛନ୍ତି। ଏହି ତାରକା କ୍ରିକେଟର୍‌ଙ୍କ ସହ ଭାଗିଦାରୀ ହୋଇ ଭାରତରେ ଇପିଏଲ୍‌ ଏହାର ଅଭିବୃଦ୍ଧି ବିସ୍ତାର କରିବା ଆଶା ରଖିଛି। ଆକ୍ରମଣାତ୍ମକ ବ୍ୟାଟର୍‌ ଭାବେ ପରିଚିତ ୩୦ ବର୍ଷୀୟ ସଞ୍ଜୁ ବିଶ୍ୱର ସବୁଠାରୁ ଧନୀ ଫୁଟବଲ୍ ଲିଗ୍‌କୁ ପ୍ରୋତ୍ସାହିତ କରିବା ସହ ଭାରତୀୟ ପ୍ରଶଂସକଙ୍କୁ ଯୋଡ଼ିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଇପିଏଲ୍‌ ଅଧିକାରୀ ଆଶା ପ୍ରକାଶ କରିଛନ୍ତି।

ସଂଜୁ ଶନିବାର ମୁମ୍ବାଇରେ ଆୟୋଜିତ ପ୍ରିମିୟର ଲିଗ୍‌ ପ୍ରଶଂସକଙ୍କ ଏକ କାର୍ଯ୍ୟକ୍ରମରେ ପୂର୍ବତନ ଇଂଲଣ୍ଡ ଓ ଲିଭରପୁଲ୍‌ ଷ୍ଟ୍ରାଇକର୍‌ ମାଇକେଲ୍‌ ଓୱେନଙ୍କ ସହ ଯୋଗ ଦେଇଥିଲେ। ସଂଜୁ ଲିଭରପୁଲ୍‌ର ଜଣେ ବଡ଼ ପ୍ରଶଂସକ ଏବଂ ଫୁଟ୍‌ବଲ୍‌ ସହ ତାଙ୍କର ଗଭୀର ସମ୍ପର୍କ ରହିଛି। କେରଳର ଏହି ତାରକା କ୍ରିକେଟର୍‌ଙ୍କ ପରିବାର ଫୁଟ୍‌ବଲ୍‌ ସହ ଜଡ଼ିତ ଅଛନ୍ତି। ଏଥିସହ ସେ ମଧ୍ୟ ଆଇଏସ୍‌ଏଲ୍‌ ଦଳ କେରଳ ବ୍ଲାଷ୍ଟର୍ସ ଏଫ୍‌ସିର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe