ସାମସୁଲଙ୍କ ବିସ୍ଫୋରକ ଅର୍ଧଶତକ, ଓଡ଼ିଶା ଜାଗୁଆର୍ସର ପ୍ରଥମ ବିଜୟ

Advertisment
ସାମସୁଲଙ୍କ ବିସ୍ଫୋରକ ଅର୍ଧଶତକ, ଓଡ଼ିଶା ଜାଗୁଆର୍ସର ପ୍ରଥମ ବିଜୟ

କଟକ: ଜଗତସି˚ହପୁରର ସାମସୁଲ ଖାନ୍‌ଙ୍କ ବିସ୍ଫୋରକ ଅର୍ଧଶତକ ବଳରେ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍‌ (ଓସିଏଲ୍‌)ରେ ଓଡ଼ିଶା ଜାଗୁଆର୍ସ ୪୮ ରନ୍‌ରେ ଓଡ଼ିଶା ଚିତାସ୍‌କୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଜାଗୁଆର୍ସ ପ୍ରତିଯୋଗିତାରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଏଥିପୂର୍ବରୁ ଦଳ ଖେଳିଥିବା ସମସ୍ତ ୪ ମ୍ୟାଚ୍‌ରେ ପରାଜିତ ହୋଇଥିଲା।

ଚିତାସ୍‌ ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲି˚ କରିଥିଲା। ଜାଗୁଆର୍ସ ନିର୍ଧାରିତ ଓଭର୍‌ ସୁଦ୍ଧା ୪ ଵିକେଟ୍‌ ବିନିମୟରେ ୧୬୯ ରନ୍‌ ସ˚ଗ୍ରହ କରିଥିଲା। ପ୍ରାରମ୍ଭିକ ଖେଳାଳି ବିଭୂ ମଲ୍ଲିକ ଧୀମା ଖେଳିବା ସହ ୯ ରନ୍‌ କରି ଆଉଟ ହୋଇଯାଇଥିଲେ ବି ଅନ୍ୟପଟରୁ ସାମସୁଲ ବିସ୍ଫୋରକ ପାଳି ଖେଳିଥିଲେ। ଅଧିନାୟକ ଗିରିଜା ରାଉତ ମଧ୍ୟ ତାଙ୍କୁ ଭଲ ସହଯୋଗ ଦେଇଆସିବା ସହ ଆଉ ଗୋଟିଏ ପଟରୁ ପାଳି ସମ୍ଭାଳିଥିଲେ। ଏଥିମଧ୍ୟରେ ସାମସୁଲ ୨୮ତମ ବଲ୍‌ରେ ମିଡ୍‌ ଵିକେଟ୍‌ ଅଞ୍ଚଳକୁ ଚୌକା ମାରି ଅର୍ଧଶତକ ପୂରଣ କରିଥିଲେ। ୧୧ତମ ଓଭରର ପଞ୍ଚମ ବଲ୍‌ରେ ଦ୍ରୁତ ଖେଳିବାକୁ ଯାଇ ସାମସୁଲ ୬୨ ରନ୍‌ (୩୫ ବଲ୍‌, ୧୦ ଚୌକା, ୨ ଛକା) କରି ଆଉଟ୍ ହୋଇଯାଇଥିଲେ। ତାଙ୍କ ସ୍ଥାନରେ ଆସିଥିବା କ୍ଷମାସାଗର ବଳ ୧୯ ରନ୍‌ର ଯୋଗଦାନ କରିଥିବା ବେଳେ ଗିରିଜା ୩୭ ରନ୍‌ କରିଥିଲା ବେଳେ ଶେଷ ଓଭରରେ ଆଉଟ୍‌ ହୋଇଥିଲେ। ନିମ୍ନ ଭାଗରେ ଅଭିଜିତ ବାରିକ ଦ୍ରୁତ ଖେଳିବାକୁ ଯାଇ ୧୭ ବଲ୍‌ରେ ୩ ଚୌକା ଓ ୧ ଛକା ସହାୟତାରେ ୩୩ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ମନୋଜ ବାରିକ ୨ ଏବଂ ମୃଣ୍ମୟ ତ୍ରିପାଠୀ ଓ ମନିଷ ରାଉତ ଗୋଟିଏ ଲେଖାଏଁ ଵିକେଟ୍‌ ନେଇଥିଲେ।

୧୭୦ ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଚିତାସ୍‌ ପ୍ରଥମ ବଲ୍‌ରେ ଝୁଣ୍ଟିଥିଲା। ମୋରାଜୁ ପ୍ରଶାନ୍ତ ପ୍ରଥମ ବଲ୍‌ରେ ମନୋଜ କାଶ୍ୟପଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ତଥାପି ଏହାପରେ ଅଧିନାୟକ ଅନୁରାଗ ଷଡ଼ଙ୍ଗୀ (୩୧) ଓ ସୁମନ ମହାପାତ୍ର (୨୦)ଙ୍କ ମଧ୍ୟରେ ଅର୍ଧଶତକୀୟ ଭାଗୀଦାରି ହୋଇଥିଲା। କିନ୍ତୁ ଏମାନଙ୍କ ଵିକେଟ୍‌ ଯିବାପରେ ମଧ୍ୟକ୍ରମ ଭାଙ୍ଗିଯାଇଥିଲା। ନିୟମିତ ଭାବେ ଵିକେଟ୍‌ ହରାଇ ନିର୍ଧାରିତ ଓଭର ବେଳକୁ ଚିତାସ୍‌ ୯ ଵିକେଟ୍‌ ହରାଇ ୧୨୧ ରନ୍‌ କରିପାରିଥିଲା। ବିଜୟୀ ଦଳର ନିର୍ବିଶଙ୍କର ବାରିକ ସର୍ବାଧିକ ୪, ମନୋଜ କାଶ୍ୟପ ୨ ଏବଂ ରାହୁଲ ଚୌଧୁରୀ, ରଶ୍ମିର˚ଜନ ସାହୁ ଓ ଲଗ୍ନଜିତ ସାମଲ ଗୋଟିଏ ଲେଖାଏ ଵିକେଟ୍‌ ନେଇଥିଲେ। ଅର୍ଧଶତକ ଅର୍ଜନ କରିଥିବା ସାମସୁଲଙ୍କୁ ଜ୍ଞାନଚାନ୍ଦ ଦାସ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ପ୍ରଦାନ କରିଥିଲେ। ମଙ୍ଗଳବାର ଲାୟନ୍ସ-ଜାଗୁଆର୍ସ, ଟାଇଗର୍ସ-ଚିତାସ୍‌ ଏବ˚ ଲାୟନ୍ସ-ପାନ୍ଥର୍ସ ମଧ୍ୟରେ ୩ ମ୍ୟାଚ୍‌ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe