ଭାରତ ବିପକ୍ଷ ଶୃଙ୍ଖଳାରୁ କୁସାଲ ଓ ଫର୍ନାଣ୍ଡୋ ବାଦ୍‌; ସନକା ନୂଆ ଅଧିନାୟକ

ଭାରତ ବିପକ୍ଷ ଶୃଙ୍ଖଳାରୁ କୁସାଲ ଓ ଫର୍ନାଣ୍ଡୋ ବାଦ୍‌; ସନକା ନୂଆ ଅଧିନାୟକ

Yahoo Sport Australia

କଲମ୍ବୋ : ଆହତ ଯୋଗୁଁ ଅଧିନାୟକ ତଥା ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ କୁସାଲ ପେରେରା ଭାରତ ବିପକ୍ଷ ପୂରା ସୀମିତ ଓଭର ଶୃଙ୍ଖଳାରୁ ଏବଂ ଦ୍ରୁତ ବୋଲର ବିନୁରା ଫର୍ନାଣ୍ଡୋ ଦିନିକିଆ ଶୃଙ୍ଖଳା ପାଇଁ ଶ୍ରୀଲଙ୍କା ଦଳରୁ ବାଦ୍‌ ପଡ଼ିଛନ୍ତି। ଫର୍ନାଣ୍ଡୋ କେବଳ ଟି-୨୦ ଶୃଙ୍ଖଳା ପାଇଁ ଉପଲବ୍‌ଧ ହୋଇପାରିବେ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ (ଏସ୍‌ଏଲ୍‌ସି) ଶୁକ୍ରବାର ସ୍ପଷ୍ଟ କରିଛି। ଦଳୀୟ ଅଭ୍ୟାସ ବେଳେ ପେରେରା ଡାହାଣ କାନ୍ଧରେ ଏବଂ ଫର୍ନାଣ୍ଡୋ ଗୋଇଠିରେ ଆଘାତପ୍ରାପ୍ତ ହୋଇଥିଲେ।

ଶିଖର ଧାୱନ୍‌ଙ୍କ ନେତୃତ୍ବାଧୀନ ଭାରତ ବିପକ୍ଷ ୬ ମ୍ୟାଚ୍‌ ବିଶିଷ୍ଟ ସୀମିତ ଓଭର (୩ ଲେଖାଏଁ ଦିନିକିଆ ଓ ଟି-୨୦) ଶୃଙ୍ଖଳା ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ। ସ୍ଥାନୀୟ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଏହି ଶୃଙ୍ଖଳା ପାଇଁ ଶୁକ୍ରବାର ଶ୍ରୀଲଙ୍କା ବୋର୍ଡ ଏକ ୨୪ ଜଣିଆ ଦଳ ଘୋଷଣା କରିଛି। କୁସାଲ ପେରେରାଙ୍କ ଅନୁପସ୍ଥିତିରେ ଦାସୁନ ସନକାଙ୍କୁ ଅଧିନା‌ୟକ ଭାର ଅର୍ପଣ କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ସନକା ଶ୍ରୀଲଙ୍କାର ଦଶମ ଦିନିକିଆ ଅଧିନାୟକ ହୋଇଛନ୍ତି।

ଶ୍ରୀଲଙ୍କା ଦଳ: ଦାସୁନ ସନକା (ଅଧିନାୟକ), ଧନଞ୍ଜୟ ଡି’ ସିଲ୍‌ଭା, ଅଭିସ୍କା ଫର୍ନାଣ୍ଡୋ, ଭାନୁକା ରାଜ୍‌ପକ୍ସ, ପାଥୁମ ନିଶାଙ୍କ, ଚରିଥ ଆସାଲାଙ୍କା, ୱାନିନ୍ଦୁ ହସରଙ୍ଗା, ଆସେନ ବନ୍ଦରା, ମିନୋଦ ଭାନୁକା, ଲାହିରୁ ଉଡାରା, ରମେଶ ମେଣ୍ଡିସ୍‌, ଚାମିକା କରୁଣାରତ୍ନେ, ବିନୁରା ଫର୍ନାଣ୍ଡୋ (କେବଳ ଟି-୨୦), ଦୁଷ୍ମନ୍ତ ଚାମିରା, ଲକ୍ଷ୍ମଣ ସନ୍ଦକନ, ଅକିଲ ଧନଞ୍ଜୟ, ଶିରନ ଫର୍ନାଣ୍ଡୋ, ଧନଞ୍ଜୟ ଲକ୍ଷ୍ମଣ, ଈଶାନ ଜୟରତ୍ନେ, ପ୍ରବୀଣ ଜୟୱିକ୍ରମା, ଅସିଥା ଫର୍ନାଣ୍ଡୋ, କାସୁନ ରଜିଥା, ଲା‌ହିରୁ କୁମାରା, ଇସୁରୁ ଉଡାନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe