ଆଇପିଏଲ୍ ୧୧: ନେପାଳର ବାମହାତୀ ସ୍ପିନର ସନ୍ଦୀପ ଲାମିଚେନ ଶନିବାର ନିଜର ନାମକୁ ଇତିହାସ ପୃଷ୍ଠାରେ ଯୋଡ଼ିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍ର ଏକାଦଶ ସଂସ୍କରଣରେ ସେ ଦିଲ୍ଲୀ ଡେୟାରଡେଭିଲସ୍ ପକ୍ଷରୁ ପ୍ରଥମ ଥର ପାଇଁ ଖେଳିବେ। ଏଥି ପାଇଁ ଦିଲ୍ଲୀ ସନ୍ଦୀପଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି। ଆଇପିଏଲ୍-୨୦୧୮ ପାଇଁ ବେଙ୍ଗାଲୁରୁରେ ହୋଇଥିବା ନିଲାମି ପ୍ରକ୍ରିୟାରେ ୨ୟ ଦିନ ଡେୟାରଡେଭିଲସ୍ ସନ୍ଦୀପଙ୍କୁ କିଣିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ସନ୍ଦୀପ ତାଙ୍କ ଦେଶରୁ ପ୍ରଥମ ଖେଳାଳି ଭାବରେ ଆଇପିଏଲରେ ଖେଳିବେ।
୧୭ ବର୍ଷିଅ ସନ୍ଦୀପ ୨୦୧୬ରେ ବାଲାଂଦେଶରେ ଅନୁଷ୍ଠିତ ଆଇସିସି ୧୯ ବର୍ଷ କମ୍ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ। ସେ ଆୟରଲାଣ୍ଡ ବିପକ୍ଷରେ ହ୍ୟାଟ୍ ଟ୍ରିକ୍ ନେଇ ନେପାଳକୁ ପ୍ରଥମ ଥର ପାଇଁ କ୍ୱାର୍ଟରଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ। ସେହି ଟୁର୍ଣ୍ଣାମେଣ୍ଟରେ ସେ ସମୁଦାୟ ୧୪ଟି ଓ୍ଵିକେଟ୍ ନେଇ ୨ୟ ପ୍ରଭାବଶାଳୀ ବୋଲର ଭାବରେ ବିବେଚିତ ହୋଇଥିଲେ।
ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍ କ୍ଲାର୍କ ଓ ସେନ ଓ୍ଵାର୍ଣ୍ଣଙ୍କ ଖେଳରେ ପ୍ରଭାବିତ ହୋଇଥିବା ସନ୍ଦୀପ େଓ୍ଵଷ୍ଟର୍ଣ୍ଣ ସବ୍ରବ୍ ପକ୍ଷରୁ ଖେଳିଛନ୍ତି। ଏହା ପୂର୍ବରୁ ସେ ସିଡିନୀସ୍ଥିତ ମାଇକେଲ୍ କ୍ଲାର୍କଙ୍କ କ୍ରିକେଟ୍ ଏକାଡେମିରେ ପ୍ରଶିକ୍ଷଣ ନେଇଥିଲେ।
Follow Us