ନୂଆଦିଲ୍ଲୀ: ଗୀତା ଓ ବବିତା ଫୋଗଟଙ୍କ ସାନ ଭଉଣୀ ସଂଗୀତା ବିବାହ କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ବିଶ୍ବ ମାନ୍ୟତାର ଦ୍ବିତୀୟ କୁସ୍ତି ତାରକା ବଜରଙ୍ଗ ପୂନିଆଙ୍କୁ ସେ ବିବାହ କରିବେ। ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିବା ୨୬ ବର୍ଷ ବୟସ୍କ ବଜରଙ୍ଗ ଏବେ ସୋନେପାଟସ୍ଥିତ ‘ସାଇ’ ସେଣ୍ଟରରେ ଜାତୀୟ ଶିବିରରେ ରହିଛନ୍ତି। ହେଲେ ତାଙ୍କୁ ବିବାହ ଅବକାଶ ମିଳିଯାଇଛି। କୁସ୍ତି ତାରକା ସଂଗୀତା ବୁଧବାର ତାଙ୍କ ବିବାହ ପୂର୍ବ ଉତ୍ସବର ଫଟୋ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି।
ସେଥିରେ ତାଙ୍କ ଦୁଇ ଭଉଣୀ ଗୀତା ଓ ବବିତା ତାଙ୍କୁ ହଳଦୀ ମାଖି ଦେଉଥିବା ଦେଖାଯାଇଛି। ତିନିଦିନ ଧରି ଚାଲିଥିବା ତାଙ୍କ ମେହେନ୍ଦୀ ଉତ୍ସବରେ ପରିବାର ଘନିଷ୍ଠ ସଦସ୍ୟ ହିଁ ଯୋଗ ଦେଇଥିଲେ। ସଂଗୀତା ଫୁଲପକା ଅଳଙ୍କାର ଏବଂ ସବୁଜ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୧ ତାରିଖରେ ବିବେକଙ୍କୁ ବିବାହ କରିଥିବା ବବିତା ଖୁବ୍ ଶୀଘ୍ର ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବେ ବୋଲି ଘୋଷଣା କରିସାରିଛନ୍ତି। ବବିତା ମଧ୍ୟ ଗର୍ଭବତୀ ଥିବାର ଫଟୋ ସେୟାର କରିଥିଲେ।
Follow Us