ଆଉ ଏକ ଆହ୍ବାନକୁ ପୂର୍ଣ୍ଣ କଲେ ଆଇରନ୍‌ମ୍ୟାନ୍‌ ସଂଗ୍ରାମ

Advertisment
ଆଉ ଏକ ଆହ୍ବାନକୁ ପୂର୍ଣ୍ଣ କଲେ ଆଇରନ୍‌ମ୍ୟାନ୍‌ ସଂଗ୍ରାମ

ଭୁବନେଶ୍ବର: ଓଡ଼ିଶାର ଅନ୍ୟତମ ଆଇରନ୍‌ମ୍ୟାନ୍‌ ସଂଗ୍ରାମ ଜେନା ଏବେ ନିଜେ ଧାର୍ଯ୍ୟ କରିଥିବା ଏକ ଆହ୍ବାନକୁ ପୂର୍ଣ୍ଣ କରିଛନ୍ତି। କୋଭିଡ୍‌-୧୯ ଲକ୍‌ଡାଉନ୍ କାରଣରୁ ହାଇଦ୍ରାବାଦରେ ଗୃହାବଦ୍ଧ ଥିଲେ ମଧ୍ୟ ୭୦.୩ ମ‌ାଇଲ୍‌ (୧୧୩ କିଲୋମିଟର୍‌)କୁ ସଫଳତାର ସହ ତୁଲାଇ ନେଇଛନ୍ତି। ସାଧାରଣତଃ ଆଇରନ୍‌ମ୍ୟାନ୍‌ ମୁକୁଟ ଲାଗି ୮ ଘଣ୍ଟାର ସମୟ ଆବଶ୍ୟକ ପଡ଼ିଥାଏ, ସଂଗ୍ରାମ କିନ୍ତୁ ନିରଂତର ଫିଟନେସ୍‌ ରକ୍ଷା ଓ ପୂର୍ବ ଅଭିଜ୍ଞତା କାରଣରୁ ୬ ଘଣ୍ଟା ୧୦ ମିନିଟ୍‌ରେ ଏହ‌ାକୁ ଶେଷ କରିଛନ୍ତି। ୭୦.୩ ମାଇଲ୍ ଦୂରତ୍ବ ମଧ୍ୟରେ ୨୬.୫ କିଲୋମିଟର୍‌ ଦୌଡ଼, ୯୦ କିଲୋମିଟର୍‌ ଇନ୍‌ଡୋର୍ ସାଇକେଲ୍ ଚାଳନା, ଆଇରନ୍‌ମ୍ୟାନ୍‌ ଫର୍ମାଟ୍ ଅନୁସାରେ ୧.୯ କିଲୋମିଟର୍ ସୁଇମିଂ ବଦଳରେ ୫.୫ କିଲୋମିଟର୍‌ ଦୌଡ଼ ସମ୍ପୂର୍ଣ୍ଣ କରିଛନ୍ତି ଏହି ମୟୂରଭଞ୍ଜ ପ୍ରତିଭା। ଗତବର୍ଷ ଜଣେ ସ୍ବୀକୃତିପ୍ରାପ୍ତ ଆଇରନ୍‌ମ୍ୟାନ ବିବେଚିତ ହୋଇଥିବା ସଂଗ୍ରାମ ନିଜ ହାଇଦ୍ରାବାଦ ବାସଭବନ ଭିତରେ ୪ଟି ହାଫ୍ ମାରାଥନ୍ (୨୧.୧ କିଲୋମିଟର୍‌) ସମ୍ପୂର୍ଣ୍ଣ କରିଥିଲେ। ସଂଗ୍ରାମଙ୍କ ସହିତ ତାଙ୍କ ପୁଅ ଉଦୀୟମାନ ବ୍ୟାଡମିଣ୍ଟନ୍ ଖେଳାଳି ଶ୍ରୀୟାଂଶ ଜେନା ମଧ୍ୟ ସାମିଲ ହୋଇଥିଲେ।

ଭୁବନେଶ୍ବରସ୍ଥିତ ପୁଲେଲା ଗୋପୀଚାନ୍ଦ ସାଇ ବ୍ୟାଡମିଣ୍ଟନ୍ ଏକାଡେମି ଲାଗି ଶ୍ରୀୟାଂଶ ମନୋନୀତ ହୋଇଛନ୍ତି। ଯେଉଁଠି ଇଛାଶକ୍ତି ଅଛି ସେଠି ଆଇରନ୍‌ମ୍ୟାନ୍‌ ହେବା ଅସାଧ୍ୟ ନୁହେଁ ବୋଲି କୁହନ୍ତି ସଂଗ୍ରାମ। ଲକ୍‌ଡାଉନ୍ ସମୟରେ ନିଜକୁ ଫିଟ୍ ରଖିବା ଏବଂ ନିୟମିତ ବ୍ୟାୟାମ କରିବା ଏକ ବଡ଼ କଠୋର କାମ ଥିଲା। ପ୍ରତ୍ୟେକ ସପ୍ତାହରେ ହାରାହାରି ୧୪/୧୫ ଘଣ୍ଟା ବ୍ୟାୟାମ କରୁଥିବାରୁ ଏହା ସମ୍ଭବ ହେଲା ବୋଲି କହିଛନ୍ତି ସଂଗ୍ରାମ। ଏଥି ସହିତ ଅନ୍‌ ଲାଇନ୍ ପ୍ଲାଟଫର୍ମ ଜରିଆରେ ଓଡ଼ିଶା ଓ ହାଇଦ୍ରାବାଦର ରନିଂ ଗ୍ରୁପ୍‌କୁ ମଧ୍ୟ ତାଲିମ ପ୍ରଦାନ କରୁଥିଲେ। ଲକ୍‌ଡାଉନ୍ ସମୟରେ ସାଧାରଣ ଲୋକମାନେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଓ ଫିଟ୍‌ ରହିବା ସହିତ ଦୈନଦିନ ନିଦ୍ରା ଉପରେ ସଞ୍ଜମତା ରଖିବା ଉଚିତ୍ ବୋଲି ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି। ବ୍ୟାୟାମ୍ ଆରମ୍ଭ କରୁଥିବା ବ୍ୟକ୍ତି ହାଲକାରେ ଏହା କରିବା ଉଚିତ। ପରିବାରକୁ ଏଥିରେ ସାମିଲ କଲେ ଭଲ ପରିବେଶ ସୃଷ୍ଟି ହୋଇପାରିବ ବୋଲି ମଧ୍ୟ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତିରେ ଖାଦ୍ୟ ଉପରେ ଧ୍ୟାନ ଦେବା ସହିତ ଦୈନିକ ଅନ୍ୟୁନ ୨ ଲିଟର୍‌ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି ଏହି ଆଇରନ୍‌ମ୍ୟାନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe