ସାନିଆ-ଅଙ୍କିତା ଭେଟିବେ କିଚେନୋକ ଭଉଣୀଙ୍କୁ, ସୁମିତଙ୍କ ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଡେନିସ୍‌

ସାନିଆ-ଅଙ୍କିତା ଭେଟିବେ କିଚେନୋକ ଭଉଣୀଙ୍କୁ, ସୁମିତଙ୍କ ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଡେନିସ୍‌

The Bridge

ଟୋକିଓ: ଟୋକିଓ ଅଲିମ୍ପିକ୍ସର ଟେନିସ୍‌ରେ ମାତ୍ର ୩ ଜଣ ଭାରତୀୟଙ୍କୁ ଦେଖିବାକୁ ମିଳିବ। ସେମାନଙ୍କ ମଧ୍ୟରୁ ସୁମିତ ନଗଲ ପୁରୁଷ ଏକକ ବର୍ଗରେ ଏକମାତ୍ର ଭାରତୀୟ ଟେନିସ୍‌ ତାରକା ଭାବେ ଅଂଶଗ୍ରହଣ କରୁଥିଲା ବେଳେ ମହିଳା ଯୁଗଳରେ ୬ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ସାନିଆ ମିର୍ଜା ଓ ଅଙ୍କିତା ରାଇନା ଭାଗ ନେଇଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି ଅଲିମ୍ପିକ୍ସରେ ସୁମିତଙ୍କ ପ୍ରଥମ ରାଉଣ୍ଡ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି ଉଜ୍‌ବେକିସ୍ତାନର ଡେନିସ୍‌ ଇସ୍ତୋମିନ। ଗୁରୁବାର ଏଥିପାଇଁ ଡ୍ର’ ଉଠାଣ ହୋଇଛି। ପ୍ରଥମ ରାଉଣ୍ଡରେ ଯଦି ବିଜୟୀ ହୁଅନ୍ତି ତାହାଲେ ୧୬୦ ମାନ୍ୟତାପ୍ରାପ୍ତ ୨୩ ବର୍ଷ ବୟସ୍କ ସୁମିତ ପରବର୍ତୀ ରାଉଣ୍ଡରେ ସମ୍ଭବତଃ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରୁଷିଆର ଡାନିଲ ମେଦ୍‌ଭେଦେଭ୍‌ଙ୍କୁ ଭେଟିବେ। ମେଦ୍‌ଭେଦେଭ୍‌ ପ୍ରଥମ ରାଉଣ୍ଡରେ ଆଲେକ୍‌ଜାଣ୍ଡର ବୁବ୍‌ଲିକ୍‌ଙ୍କୁ ଭେଟିବେ।

ଅନ୍ୟପକ୍ଷରେ ଗତବର୍ଷ ମାତୃତ୍ବ ଅବକାଶ ପରେ ଫେରି ହୋବାର୍ଟ ଓପନ୍‌ରେ ୟୁକ୍ରେନ୍‌ର ନାଦିଆ କିଚେନୋକ୍‌ଙ୍କୁ ସାଥୀ କରି ଟ୍ରଫି ଜିତିଥିବା ସାନିଆ ମିର୍ଜା ଟୋକିଓରେ ନିଜ ଦେଶର ଅଙ୍କିତା ରାଇନାଙ୍କୁ ସାଥୀ କରି ଖେଳିବେ। ସାନିଆ ଓ ଅଙ୍କିତା ମହିଳା ଯୁଗଳ ପ୍ରଥମ ରାଉଣ୍ଡରେ ୟୁକ୍ରେନ୍‌ର କିଚେନୋକ ଯାଁଳା ଭଉଣୀ ନାଦିଆ ଓ ଲୁଦ୍‌ମିଲାଙ୍କ ସହ ମୁହାଁମୁହିଁ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe