ଓଷ୍ଟ୍ରାଭା ଓପନ୍‌ ଫାଇନାଲ୍‌ରେ ସାନିଆ

Advertisment
ଓଷ୍ଟ୍ରାଭା ଓପନ୍‌ ଫାଇନାଲ୍‌ରେ ସାନିଆ

ଓଷ୍ଟ୍ରାଭା (ଚେକ୍‌ ଗଣରାଜ୍ୟ): ଭାରତୀୟ ମହିଳା ତାରକା ସାନିଆ ମିର୍ଜା ଚଳିତ ଋତୁରେ ନିଜର ପ୍ରଥମ ଟ୍ରଫି ହାସଲ ସମ୍ଭାବନା ସୃଷ୍ଟି କରିଛନ୍ତି। ଚୀନ୍‌ର ସୁଆଇ ଝାଙ୍ଗ୍‌ଙ୍କୁ ସାଥୀ କରି ଖେଳୁଥିବା ସାନିଆ ଏଠାରେ ଚାଲିଥିବା ଓଷ୍ଟ୍ରାଭା ଓପନ୍‌ ‌ଟେନିସ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚିଛନ୍ତି। ଏହି ଅଣମାନ୍ୟତା ଭାରତ-ଚୀନ୍‌ ଯୋଡ଼ି ଶନିବାର ସେମିଫାଇନାଲ୍‌ରେ ୧ ଘଣ୍ଟା ୨୧ ମିନିଟ୍‌ ଲଢ଼ିବା ପରେ ଜାପାନୀ ଯୋଡ଼ି ମାକୋଟୋ ନୋନୋମିୟା ଓ ଈରି ହୋଜୁମିଙ୍କ ସିଧାସଳଖ ୬-୨ ଓ ୭-୫ ସେଟ୍‌ରେ ପରାସ୍ତ କରିଥିଲେ। ଏହା ମଧ୍ୟ ଚଳିତ ଋତୁରେ ସାନିଆଙ୍କ ଦ୍ବିତୀୟ ଫାଇନାଲ୍‌ ପ୍ରବେଶ। କ୍ରିଷ୍ଟିନା ମ୍ୟାକ୍‌ହେଲ୍‌ଙ୍କୁ ସାଥୀ କରି ସାନିଆ ଗତମାସରେ କ୍ଲେଭ୍‌ଲ୍ୟାଣ୍ଡ୍‌ ପ୍ରତିଯୋଗିତାରେ ଉପବିଜୟିନୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe