ଦିନମଜୁରିଆଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ସାନିଆଙ୍କ ଆହ୍ବାନ

ଲା’ ଲିଗା ଅନିର୍ଦ୍ଧିଷ୍ଟ କାଳ ସ୍ଥଗିତ

ସ୍ବଦେଶୀ ବ୍ରାଣ୍ଡ୍‌କୁ ସାନିଆଙ୍କ ସମର୍ଥନ

Sentinel Assam

ନୂଆଦିଲ୍ଲୀ : କରୋନା ପାଇଁ ଏବେ ସାରା ଭାରତ ଫାଟକବନ୍ଦି ହୋଇଛି। ଘରୁ ନ ବାହାରିବା ଲାଗି ହୋଇଥିବା କଟକଣା ପାଇଁ ଦିନମଜୁରିଆଙ୍କ ରୋଜଗାର ଠପ୍‌ ହୋଇ ଯାଇଛି ଏବଂ ସେମାନଙ୍କ ଚଳିବା କଷ୍ଟ ହୋଇଯାଇଛି। ଏଭଳି ମହାବିପଦ ସମୟରେ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା। ଦିନମଜୁରିଆଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଅବଶ୍ୟକ ଜିନିଷ ଯୋଗାଡ଼ କରିବା ଏବଂ ସଚେତନତା ବାର୍ତ୍ତାର ଏକ ଭିଡିଓ ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଛାଡ଼ିଛନ୍ତି। ଯେଉଁଥିରେ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି, ଏହିଭଳି କଠିନ ସମୟରେ ଦିନ ମଜୁରିଆ ଶ୍ରମିକଙ୍କ ସହାୟତା ପାଇଁ ଆଗେଇ ଆସନ୍ତୁ। ସଫା ସଂଗଠନ ସହ ହାତ ମିଳାନ୍ତୁ, କିଛି କିଛି ଦାନ କରନ୍ତୁ। ଘରେ ବସି ଏହି ଗରିବଙ୍କ ପାଇଁ କିଛି କରନ୍ତୁ। ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ସ୍ଥିତି ବଦଳିବାକୁ ଅପେକ୍ଷା କରନ୍ତୁ ଏବଂ ଘରେ ରୁହନ୍ତୁ। ରହିଲି ବୋଲି ଭିଡିଓରେ ସାନିଆ କହିଛନ୍ତି। ପୁଣି ଥରେ ଅନୁରୋଧ କରିବାକୁ ଯାଉଛି ଯେ ଏହି ବିପଦ ସମୟରେ ହଜାର ହଜାର ଦିନମଜୁରିଆଙ୍କ କାମ ବନ୍ଦ ଯୋଗୁ ସେମାନଙ୍କ ପରିବାର ଅସୁବିଧାରେ ପଡ଼ିପାରନ୍ତି। ଏମାନଙ୍କୁ ସହଯୋଗ କରିବା ପାଇଁ ଆଗକୁ ଅସନ୍ତୁ। ତାରକା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ କରୋନା ପାଇଁ ହରିଆଣା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬ ମାସର ଦରମା ଦାନ କରିଛନ୍ତି। ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ତଥା ସାଂସଦ ଗୌତମ ଗମ୍ଭୀର ମଧ୍ୟ ନିଜ ସାଂସଦ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଦିଲ୍ଲୀ ସରକାରୀ ଡାକ୍ତରଖାନାରେ ଥିବା କରୋନା ଭୂତାଣୁ ସଂକ୍ରମିତ ଲୋକଙ୍କ ଚିକିତ୍ସା ଲାଗି ଖର୍ଚ୍ଚ କରିବା ପାଇଁ ଦାନ କରିଛନ୍ତି।

ଲା’ ଲିଗା ଅନିର୍ଦ୍ଧିଷ୍ଟ କାଳ ସ୍ଥଗିତ
ମାଡ୍ରିଡ୍‌ : କୋଭିଡ୍‌-୧୯ର ଭୟଙ୍କର ରୂପ ଦେଖି ସ୍ପେନ୍‌ର ସମସ୍ତ ଶ୍ରେଣୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାକୁ ସୋମବାରଠାରୁ ସ୍ଥଗିତ ରଖିଦିଆଯାଇଛି। ଏହାର ବଡ଼ ଶିକାର ହୋଇଛି ଲୋକପ୍ରିୟ ପ୍ରତିଯୋଗିତା ଲା’ ଲିଗା। ସୋମବାର ସ୍ପାନିଶ ସକ୍କର କ୍ୟାଲେଣ୍ଡର୍‌କୁ ସମ୍ପୂର୍ଣ୍ଣ ଭାବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିଥିଲେ ଲା’ ଲିଗା ଓ ସ୍ପାନିଶ ସକ୍କର ଫେଡେରେସନ୍‌ (ଆର୍‌ଏଫ୍‌ଇଏଫ୍‌)। ସ୍ପେନ୍‌ ସରକାରଙ୍କ ଅନୁମତି ନ ମିଳିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ପେସାଦାର ଫୁଟ୍‌ବଲ୍ ପ୍ରତିଯୋଗିତା ଆରମ୍ଭ ହୋଇପାରିବ ନାହିଁ ବୋଲି ଉଭୟ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ମିଳିତ ବିବୃତ୍ତିରେ କୁହାଯାଇଛି। ସ୍ବାସ୍ଥ୍ୟ ସଙ୍କଟ ଦୂର ହେବା ପରେ ଏହାର ପୁନଃ ଆରମ୍ଭ କରିବା କଥା ବିଚାର କରାଯିବ ବୋଲି ଆର୍‌ଏଫ୍‌ଇଏଫ୍‌ର ମୁଖ୍ୟ ଲୁଇସ୍‌ ରୁବିଲ୍ସ ପ୍ରକାଶ କରିଛନ୍ତି। ସ୍ପେନ୍‌ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ କାମ କରୁଥିବା କର୍ମୀମାନଙ୍କୁ ସେ କୃତଜ୍ଞତା ଜଣାଇଥିଲେ। କରୋନାରେ ମୃତ ଲୋକଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଇଥିଲେ। ସୂଚନାଯୋଗ୍ୟ, କରୋନା ମୃତ ତାଲିକାରେ ଇଟାଲି ପରେ ସ୍ପେନ୍‌ ଦ୍ବିତୀୟ ସର୍ବାଧିକ ୟୁରୋପୀୟ ଦେଶ ଭାବେ ରହିଛି। ଯେଉଁଠି ସୋମବାର ସୁଦ୍ଧା ୨,୧୮୦ ଜଣ ମୃତ୍ୟୁ ବରଣ କରି ସାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe