ଜୀବନକୁ ନେଇ ସ୍ବତନ୍ତ୍ର ବାର୍ତ୍ତା ଦେଲେ ସାନିଆ

Advertisment

ଆମେ ନିଜ ଜୀବନକୁ ଆଦର୍ଶ ରାସ୍ତା ଆସିବା ଅପେକ୍ଷାରେ ନଷ୍ଟ କରି ଦେଇଥାଉ। ଭୁଲିଯାଇଥାଉ କି ରାସ୍ତା ଅପେକ୍ଷା କରିବା ଦ୍ବାରା ନୁହେଁ ଆଗକୁ ବଢ଼ିଲେ ହେଁ ଶେଷ ହୋଇଥାଏ। ଆଉ ନୂଆ ରାସ୍ତା ଆସିଥାଏ: ସାନିଆ

ଆମେ ନିଜ ଜୀବନକୁ ଆଦର୍ଶ ରାସ୍ତା ଆସିବା ଅପେକ୍ଷାରେ ନଷ୍ଟ କରି ଦେଇଥାଉ। ଭୁଲିଯାଇଥାଉ କି ରାସ୍ତା ଅପେକ୍ଷା କରିବା ଦ୍ବାରା ନୁହେଁ ଆଗକୁ ବଢ଼ିଲେ ହେଁ ଶେଷ ହୋଇଥାଏ। ଆଉ ନୂଆ ରାସ୍ତା ଆସିଥାଏ: ସାନିଆ

୭୮

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି।  ସାନିଆ ମିର୍ଜା ମାତ୍ର ୧୭ ବର୍ଷ ବୟସରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ସାନିଆ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାଆନ୍ତି। ସେ ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଘଟଣାକୁ ତାଙ୍କ ଫ୍ୟାନ୍ସଙ୍କ ସହ ଆଲୋଚନା କରିଥାଆନ୍ତି।

ନିକଟରେ ସାନିଆ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କହିଥିବା କଥା ବେଶ ଚର୍ଚ୍ଚାରେ ରହିଛି।  ସାନିଆ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଆମେ ନିଜ ଜୀବନକୁ ଆଦର୍ଶ ରାସ୍ତା ଆସିବା ଅପେକ୍ଷାରେ ନଷ୍ଟ କରି ଦେଇଥାଉ। ଆମେ ଭୁଲିଯାଇଥାଉ କି ରାସ୍ତା ଅପେକ୍ଷା କରିବା ଦ୍ବାରା ନୁହେଁ ଆଗକୁ ବଢ଼ିଲେ ହିଁ ଶେଷ ହୋଇଥାଏ। ଆଉ ନୂଆ ରାସ୍ତା ଆସିଥାଏ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାନିଆ ମିର୍ଜାଙ୍କର ମୋଟ ସମ୍ପତ୍ତି ପ୍ରାୟ ୨୧୮ କୋଟି ଟଙ୍କା ଅଟେ। ଭାରତରେ ତାଙ୍କର ଲୋକପ୍ରିୟତା ତାଙ୍କୁ ବ୍ରାଣ୍ଡ ପ୍ରମୋସନ ପାଇଁ ଏକ ଲୋକପ୍ରିୟ ସେଲିବ୍ରିଟି କରିପାରିଛି । ସେ ଗୋଟିଏ ବିଜ୍ଞାପନ ସୁଟ ପାଇଁ ୬୦-୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ପାରିଶ୍ରମିକ ନେଇଥାଆନ୍ତି।

ନିକଟରେ ସାନିଆ ମିର୍ଜା ଓ କ୍ରିକେଟର ମହମ୍ମଦ ସାମିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଲୋକେ ଏହି ଫଟୋରେ ସାନିଆ ମିର୍ଜା ଖୁବଶୀଘ୍ର ମହମ୍ମଦ ସାମିଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ। ଏଥିରେ ସାନିଆ ପ୍ରତିକ୍ରିୟା ଦେଇ ଲୋକଙ୍କୁ ଏଭଳି ଗୁଜବ ପ୍ରଚାର ନକରିବାକୁ ଅନୁରୋଧ କରିଥିଲେ।

ଅଧିକପଢ଼ନ୍ତୁ:  ଟ୍ରୋଲ କରୁଥିବା ଲୋକଙ୍କୁ ପ୍ରେଗ୍ନେସୀ ଫଟୋସୁଟ କରି ଦେଲେ କଡ଼ା ଜବାବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe