ମନରେ ଏଭଳି ଅନ୍ଧବିଶ୍ୱାସ ଥିବାରୁ ସୋସିଆଲ ମିଡିଆରେ ନିଜ ପୁଅର ଫଟୋ ଛାଡ଼ିବାକୁ ଡରୁଛନ୍ତି ଟେନିସ ଷ୍ଟାର ସାନିଆ ମିର୍ଜା

Advertisment
ମନରେ ଏଭଳି ଅନ୍ଧବିଶ୍ୱାସ ଥିବାରୁ ସୋସିଆଲ ମିଡିଆରେ ନିଜ ପୁଅର ଫଟୋ ଛାଡ଼ିବାକୁ ଡରୁଛନ୍ତି ଟେନିସ ଷ୍ଟାର ସାନିଆ ମିର୍ଜା

oneindia.com

ନୂଆଦିଲ୍ଲୀ : ଭାରତୀୟ ଟେନିସ ଖେଳାଳୀ ସାନିଆ ମିର୍ଜା ୨୦୧୦ରେ ପାକିସ୍ତାନ କ୍ରିକେଟର ସୋଏବ୍‌ ମଲ୍ଲିକ୍‌ଙ୍କୁ ବିବାହ କରିଥିବା ବେଳେ ଚଳିତ ବର୍ଷ ଅକ୍ଟୋବରରେ ମା’ ବନିଥିଲେ । ଶିଶୁ ପୁତ୍ରର ମା’ ହେବା ପରେ ଉଭୟ ସୋଏବ୍‌ ଏବଂ ସାନିଆ ଏହି ଖୁସି ଖବରକୁ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ । କିନ୍ତୁ ଏହା ପରଠାରୁ ସାନିଆ ଏବଂ ସୋଏବ୍‌ କେହି ନିଜ ପୁଅ ଇଜ୍‌ହାନ୍‌ ମିର୍ଜା ମଲ୍ଲିକ୍‌ଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ନଥିଲେ । ସାଧାରଣତଃ ସେଲିବ୍ରିଟିମାନେ ନିଜ ନିଜ ପୁଅ-ଝିଅମାନଙ୍କର ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିବା ବେଳେ ସାନିଆଙ୍କୁ ଏଭଳି କରିବା ପସନ୍ଦ ନୁହେଁ ବୋଲି ଜଣାପଡ଼ିଛି । ତାଙ୍କ ମନରେ ଥିବା ଅନ୍ଧବିଶ୍ୱାସ ତାଙ୍କୁ ଏପରି କରିବା ପାଇଁ ରୋକୁଥିବା ସେ କହିଛନ୍ତି ।

publive-image BollywoodShaadis.com

ଏକ ଇଂରାଜୀ  ପୋର୍ଟାଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମୁଁ ମୋ ପୁଅର ଫଟୋ କ’ଣ ପାଇଁ ସେୟାର କରୁ ନାହିଁ,ତା’ ପଛର କାରଣ ଜାଣିବା ପରେ ଆପଣ ମୋତେ ଅନ୍ଧବିଶ୍ୱାସୀ କହିବେ । କିନ୍ତୁ ଏହା ସତ କି, ମୋ ପୁଅ ଉପରେ ନଜର ଲାଗିଯିବା ଡ଼ରରେ ମୁଁ ତା’ର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରୁ ନାହିଁ । ପୁଅ ଜନ୍ମ ହେବା ପରେ ମୁଁ ଏବଂ ସୋଏବ୍‌ ଦୁହେଁ ଫଟୋ ସେୟାର ନ କରିବାର ନିଷ୍ପତ୍ତିି ନେଇଥିଲୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe