ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକଙ୍କ ସମ୍ପର୍କରେ ଫାଟ ଥିବା କଥା ପ୍ରଚାର ଚାଲିଛି। ଅନ୍ୟପକ୍ଷରେ ପାକିସ୍ତାନର କିଛି ଗଣମାଧ୍ୟମ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଯାଇଛି ବୋଲି ଦାବି କରିଛନ୍ତି। ସାନିଆ ସୋଏବଙ୍କୁ ପ୍ରେମ ବିବାହ କରିଥିଲେ, ମାତ୍ର ଶୁଣାଯାଏ ଯେ ସୋଏବଙ୍କ ପୂର୍ବରୁ ସେ ବଲିଉଡ୍ ଷ୍ଟାର୍ ସାହିଦ କପୁରଙ୍କୁ ପ୍ରେମ କରୁଥିଲେ। ସାହିଦଙ୍କ ସହ ସାନିଆଙ୍କର ସଂପର୍କ ଥିବା କଥା ଗୋଟାଏ ସମୟରେ ଖୁବ୍ ଶୁଣା ଯାଉଥିଲା।
ଥରେ ସାନିଆ ‘କଫି ଉଇଥ୍ କରଣ’ ସୋ’କୁ ଆସିଥିବା ବେଳେ ତାଙ୍କୁ କରଣ ଜୋହର ସାହିଦଙ୍କ ବିଷୟରେ ପ୍ରଶ୍ନ କରିଥିଲେ। ମାତ୍ର ସେ ଉକ୍ତ କଥାକୁ ଏଡ଼େଇ ଯାଇଥିଲେ। ସାନିଆ କହିଥିଲେ ଯେ ସେସବୁ ଅନେକ ପୁରୁଣା କଥା ଓ ସେ ତାହାକୁ ମନେ ରଖିନାହାନ୍ତି। ତାପରେ କରଣ ୩ ଜଣ ତାରକାଙ୍କ ନାମ କହିଥିଲେ। ରଣବୀର ସିଂହ, ରଣବୀର କପୁର ଓ ସାହିଦ କପୁର। କାହାକୁ ହୁକ୍ଅପ୍, କାହା ସହ ବିବାହ ଓ କାହାକୁ ହତ୍ୟା କରିବାକୁ ଚାହିଁବେ ବୋଲି ପଚାରିଥିଲେ। ତାପରେ ସାନିଆ କହିଥିଲେ ରଣବୀର ସିଂହଙ୍କ ସହ ହୁକ୍ଅପ୍, ରଣବୀର କପୁରଙ୍କୁ ବିବାହ ଓ ସାହିଦଙ୍କୁ ହତ୍ୟା ବା କିଲ୍ କରିବାକୁ ଚାହାନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଗୋଟାଏ ସମୟରେ ସାହିଦ ଓ ସାନିଆଙ୍କର ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା।
ସାନିଆ ଓ ସୋଏବ ୨୦୧୦ ଏପ୍ରିଲ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୮ରେ ସେମାନଙ୍କର ପୁଅ ଇଝାନ ଜନ୍ମଗ୍ରହଣ କରିଥିଲା। ଉଭୟଙ୍କ ମଧ୍ୟରେ ସବୁ ଠିକ୍ଠାକ୍ ଚାଲିଥିଲା। କିନ୍ତୁ କିଛି ଦିନ ହେବ ଏମାନଙ୍କ ସଂପର୍କରେ ତିକ୍ତତା ଚାଲିଥିବା ଉଭୟଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟ୍ରୁ ଜଣା ପଡ଼ୁଥିଲା। ହେଲେ ଉଭୟ ଏ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ତେବେ ସାନିଆ ଓ ସୋଏବ ସଂପ୍ରତି ଅଲଗା ରହୁଛନ୍ତି ଏବଂ ନିକଟରେ ସେମାନଙ୍କ ଆନୁଷ୍ଠାନିକ ଛାଡ଼ପତ୍ର ହୋଇଛି ବୋଲି କିଛି ପାକିସ୍ତାନ ଗଣମାଧ୍ୟମ ଦାବି କରୁଛନ୍ତି।
Follow Us