ଯେ ପର୍ଯ୍ୟନ୍ତ ଜୀବନ ଅଛି ମୁଁ ଆପଣଙ୍କ ସହିତ ଅଛି

Advertisment

ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ଠାରୁ ଛାଡପତ୍ର ପରେ ପୂର୍ବତନ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ତାଙ୍କ ନୂଆ ଜୀବନରେ ବ୍ୟସ୍ତ ଅଛନ୍ତି। ସାନିଆଙ୍କ ତାଙ୍କ ସାନ ଭଉଣୀ ସହିତ ଅଛି ଖୁବ ଘନିଷ୍ଠ ସମ୍ପର୍କ।

ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ଠାରୁ ଛାଡପତ୍ର ପରେ ପୂର୍ବତନ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ତାଙ୍କ ନୂଆ ଜୀବନରେ ବ୍ୟସ୍ତ ଅଛନ୍ତି। ସାନିଆଙ୍କ ତାଙ୍କ ସାନ ଭଉଣୀ ସହିତ ଅଛି ଖୁବ ଘନିଷ୍ଠ ସମ୍ପର୍କ।

uytu

ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ଠାରୁ ଛାଡପତ୍ର ପରେ ପୂର୍ବତନ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ତାଙ୍କ ନୂଆ ଜୀବନରେ ବ୍ୟସ୍ତ ଅଛନ୍ତି। ସମୟସମୟରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ତାଙ୍କ ଫ୍ୟାନମାନଙ୍କ ସହିତ ସୋସିଆଲ ମିଡିଆରେ ଭିଡିଓ ଓ ପୋ‌ଷ୍ଟ ସେୟାର କରିଥାଆନ୍ତି।  

ପ୍ରକାଶିତ ରିପୋର୍ଟ ମୁତାବକ, ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ତାଙ୍କ ସାନ ଭଉଣୀ ଅନମଙ୍କ ସହ ଖୁବ ଘନିଷ୍ଠ ସମ୍ପର୍କ ଅଛି। ଦୁହେଁ ପ୍ରାୟତଃ ଏକାଠି ସମୟ ଅତିବାହିତ କରୁଥିବା କରୁଥିବା ଦେଖିବାକୁ ମିଳିଥାଏ। 
ନିକଟରେ ଅନମ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।  ଯେଉଁଥିରେ ସେ ଯନ୍ତ୍ରଣା ଅନୁଭବ କରୁଥିବା ଦେଖିବାକୁ ମିଳୁଛି।

ଅର୍ଥାତ ଦୁଇଭଉଣୀ ସାନିଆ ଓ ଅନମ କାନ ଫୁଟାଇବା ପାଇଁ ଯାଇଛନ୍ତି। ସାନଭଉଣୀ କାନଫୁଟାଇବା ସମୟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ଦେଖି ସହି ପାରି ନଥିଲେ ବଡ଼ ଭଉଣୀ ସାନିଆ। ସେ ସଙ୍ଗେସଙ୍ଗେ ଅନମଙ୍କ ପାଖକୁ ଚାଲି ଆସି ତାଙ୍କ ହାତଧରି ଧୌର୍ଯ୍ୟ ଧରିବାକୁ କହିଥିଲେ। 

ଭିଡିଓରେ ଦୁଇଭଉଣୀଙ୍କ ମଧ୍ୟରେ ଥିବା ଏହି ନିବିଡ଼ ସମ୍ପର୍କକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।  ସାନିଆଙ୍କ ଭଉଣୀଙ୍କ ପ୍ରତି ଏଭଳି ଭଲ ପାଇବା ଦେଖି  ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଯେ ପର୍ଯ୍ୟନ୍ତ ଜୀବନ ଅଛି ମୁଁ ଆପଣଙ୍କ ସହିତ ଅଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe