ବିବାହ ବନ୍ଧନରେ ବାନ୍ଧି ହେଲେ ସାନିଆ ମିର୍ଜାଙ୍କ ଭଉଣୀ ଅନମ, ସୋସିଆଲ ମିଡିଆରେ ଛାଇଲା ଫଟୋ

Advertisment
ବିବାହ ବନ୍ଧନରେ ବାନ୍ଧି ହେଲେ ସାନିଆ ମିର୍ଜାଙ୍କ ଭଉଣୀ ଅନମ, ସୋସିଆଲ ମିଡିଆରେ ଛାଇଲା ଫଟୋ

news18.com

ନୂଆଦିଲ୍ଲୀ: ଟେନିସ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ ମିର୍ଜା ବୁଧବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ସେ ବିବାହ କରିଛନ୍ତି। ବିବାହ ପରେ ପରେ ଦୁହେଁ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର କିଛି ଫଟୋ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Anam

ଦୁହେଁ ବିବାହର ଫଟୋ ଇନଷ୍ଟାରେ ସେୟାର କରିବା ପରେ ଏବେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଖାସ୍ କରି ଦୁହେଁ ପିନ୍ଧିଥିବା ପୋଷାକକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ବିବାହର ପ୍ରତ୍ୟେକଟି ରୀତିନୀତିର ଫଟୋ ଅନମ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ଦେଖାଯାଇଛି। ସୂଚନା ମୁତାବକ, ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଟେନିସ ତାରକା ସାନିଆ ମିର୍ଜା ଦୁହିଁଙ୍କ ବିବାହ ଖବରକୁ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଥିଲେ। ଯାହା ପରେ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ସାମ୍ନାକୁ ଆସିଥିଲା।

Anam-Asad

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe