କୋଲ୍କାତା: ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜା ଆସନ୍ତା ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ରେ ଖେଳିବେନି। ତାଙ୍କ ଡାହଣ ଗୋଡ଼ ଆଣ୍ଠୁରେ ଆଘାତ ଲାଗିଥିବାରୁ ଏହି ପ୍ରତିଯୋଗିିିତାରେ ଭାଗ ନେବେ ନାହିଁ। ଜୟଦୀପ ମୁଖାର୍ଜୀ ଏକାଡେମିଠାରେ ଚାଲିଥିବା ପ୍ରେମ୍ଜିତ ଲାଲ୍ ଆମନ୍ତ୍ରଣୀୟ ଟେନିସ୍ ପ୍ରତିଯୋଗିତା ଅବସରରେ ସାନିଆ ଏନେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ମୁଁ ମୋ ଡାକ୍ତରଙ୍କୁ ଦୁଇ ମାସ ତଳେ ଆଣ୍ଠୁ ଯନ୍ତ୍ରଣା ବିଷୟରେ କହିଥିଲି। ସେମାନେ ମୋତେ ଦୁଇ ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ଯଦି ଯନ୍ତ୍ରଣା ଲାଘବ ନହୁଏ ତେବେ ଅସ୍ତ୍ରୋପଚାର କିମ୍ବା ଇଞ୍ଜେକ୍ସନ୍ ମାଧ୍ୟମ ଗ୍ରହଣ କରିବାକୁ କହିଥିଲେ। ଏବେ ଯନ୍ତ୍ରଣା କମିବାର ନାହିଁ। ଫଳରେ ଅସ୍ତ୍ରୋପଚାର କିମ୍ଭା ଦୁଇଟି ଇଞ୍ଜେକ୍ସନ୍ ନେବାକୁ ପଡ଼ିବ। ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ମୁଁ ଖେଳିପାରିବିନି ବୋଲି ସାନିଆ କହିଥିଲେ। ତେବେ ଆସନ୍ତା ବର୍ଷ ରାଜ୍ୟଗୋଷ୍ଠୀ ଏବଂ ଏସୀୟ କ୍ରୀଡ଼ା ବେଳକୁ କୋର୍ଟକୁ ଫେରି ଆସିଥିବି ବୋଲି ସାନିଆ ଆଶା ପ୍ରକଟ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us