ସ୍ୱାମୀଙ୍କୁ ନେଇ ସେ ବହୁତ ପଜେସିଭ୍‌ ବୋଲି କହିଲେ ସାନିଆ

Advertisment
ସ୍ୱାମୀଙ୍କୁ ନେଇ ସେ ବହୁତ ପଜେସିଭ୍‌ ବୋଲି କହିଲେ ସାନିଆ

The Indian Express

ନୂଆଦିଲ୍ଲୀ : ଭାରତର ଷ୍ଟାର ମହିଳା ଟେନିସ୍‌ ଖେଳାଳୀ ସାନିଆ ମିର୍ଜା ସର୍ବଦା ହିଁ ସୋସିଆଲ୍‌ ମିଡ଼ିଆରେ ନିଜର ସୌନ୍ଦର୍ଯ୍ୟ ଏବଂ ଟେନିସ୍‌ ଟୁର୍ଣ୍ଣାମେଣ୍ଟ୍‌କୁ ନେଇ ଚର୍ଚ୍ଚାରେ ରହୁଥିବାବେଳେ ଏବେ ସେ ତାଙ୍କର ବ୍ୟକ୍ତିଗତ ଜୀବନର କିଛି କଥାକୁ ଏକ ଟକ୍‌ ସୋ’ ଜରିଆରେ ପ୍ରକାଶ କରି ପୁଣିଥରେ ରହିଛନ୍ତି ଚର୍ଚ୍ଚାରେ। ଆଉ ଏହି କଥାଟି ଏମିତି ସେମିତି ନୁହେଁ, କଥାଟି ତାଙ୍କର ଅତିପ୍ରିୟ ସ୍ୱାମୀ ତଥା ପାକିସ୍ତାନୀ କ୍ରିକେଟର୍‌ ସୋଏବ୍‌ ମଲ୍ଲିକ୍‌ଙ୍କ ସହିତ ଜଡ଼ିତ ।

ଖବର ଅନୁଯାୟୀ,ଏହି ନିକଟରେ ସାନିଆ ମିର୍ଜା ନେହା ଧୂପିଆଙ୍କ ଟକ୍‌ ସୋ’ ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଏହି ଟକ୍‌ ସୋ’ରେ ସେ ତାଙ୍କର ବ୍ୟକ୍ତିଗତ ଜୀବନର ଅନେକ ଅଜଣା କଥା ସେୟାର୍‌ ମଧ୍ୟ କରିଥିଲେ, ଯେଉଁଥିରେ କି ସେ ଓ ତାଙ୍କ ସ୍ୱାମୀ ନିଜ ନିଜର ପେସାଦାର କାର୍ଯ୍ୟକୁ ନେଇ ଦୁହେଁଦୁହିଁଙ୍କ ଠାରୁ ବହୁତ ସମୟ ଧରି ଦୂରେଇ ରହୁଥିବା କଥାକୁ ଜଣାଇଛନ୍ତି। ଏଥିସହିତ ସାନିଆ ଓ ତାଙ୍କ ସ୍ୱାମୀଙ୍କ ଭିତରେ ସଂପର୍କ ବେଶ୍‌ ମଧୁର ରହିଥିବା କଥା ସେ ଜନସାଧାରଣକୁ ଜଣାଇଛନ୍ତି। ଏତଦ୍‌ବ୍ୟତୀତ ସାନିଆ କହିଛନ୍ତି ଯେ, ସେ ସୋଏବ୍‌ଙ୍କୁ ନିଜର ପତି ରୂପରେ ପାଇଥିବାରୁ ନିଜକୁ ଭାଗ୍ୟବତୀ ବୋଲି ମନେକରୁଛନ୍ତି। ଏହା ସାଥ୍‌ସାଥ୍‌ ସେ ତାଙ୍କ ପତିଙ୍କୁ ନେଇ ବହୁତ ପଜେସିଭ୍‌ ବୋଲି ମଧ୍ୟ ପ୍ରଶଂସକଙ୍କୁ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe