ଅଲିମ୍ପିକ୍ସ ପୋଷାକରେ ଝୁମିଲେ ସାନିଆ

Advertisment
ଅଲିମ୍ପିକ୍ସ ପୋଷାକରେ ଝୁମିଲେ ସାନିଆ

India TV News

ନୂଆଦିଲ୍ଲୀ: ୬ ଥର ଗ୍ରାଣ୍ଡସ୍ଲାମ୍ ବିଜୟିନୀ ସାନିଆ ମିର୍ଜା ବୁଧବାର ନିଜ ପ୍ରଶଂସକଙ୍କୁ ଭାରତୀୟ ଦଳର ଟୋକିଓ ଅଲିମ୍ପିକ୍ସ ପୋଷାକର ଝଲକ ଦେଖାଇଛନ୍ତି। ଭାରତୀୟ ଅଲିମ୍ପିକ୍ସ ଦଳର ଆନୁଷ୍ଠାନିକ ପୋଷାକ ପିନ୍ଧି ନାଚୁଥିବାର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି ସେ। ଆମେରିକୀୟ ରାପର ଦୋଜା କ୍ୟାଟ୍ସ ହିଟ୍ ନମ୍ବର ‘କିସ୍ ମି ମୋର୍’ର ତାଳେ ତାଳେ ନାଚି ନିଜ ଖୁସିକୁ ଜାହି କରିଛନ୍ତି ସାନିଆ। ନିଜ ନାମରେ ଥିବା ‘ଏ’ ଇଂରାଜୀ ଅକ୍ଷର ଆକ୍ରାମକତା, ଅଭିଳାଶ, ପ୍ରାପ୍ତ ଓ ଭଲପାଇବାକୁ ଦର୍ଶାଉଛି ବୋଲି ଲେଖିଛନ୍ତି। ସେୟାର ହେବାର ମାତ୍ର ଦୁଇ ଘଣ୍ଟା ଭିତରେ ଏହି ଭିଡିଓକୁ ୫୫,୦୦୦ରୁ ଅଧିକ ଲାଇକ୍ ମିଳି ଯାଇଛି। ସାନିଆ ଟୋକିଓ ଅଲିମ୍ପିକ୍ସରେ ଅଙ୍କିତା ରାଇନାଙ୍କ ସହ ମହିଳା ଯୁଗଳରେ ଭାରତର ପ୍ରତିନିଧିତ୍ବ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe