ସ୍ବଦେଶୀ ବ୍ରାଣ୍ଡ୍‌କୁ ସାନିଆଙ୍କ ସମର୍ଥନ

Advertisment
ସ୍ବଦେଶୀ ବ୍ରାଣ୍ଡ୍‌କୁ ସାନିଆଙ୍କ ସମର୍ଥନ

Sentinel Assam

ମୁମ୍ବାଇ: ଭାରତୀୟ ‌ଟେନିସ୍‌ ତାରକା ସାନିଆ ମିର୍ଜା ‌ସ୍ବଦେଶୀ ବ୍ରାଣ୍ଡ୍‌କୁ ପ୍ରୋତ୍ସାହନ ଦେବା ଲାଗି ଆହ୍ବାନ କରିଛନ୍ତି। ସ୍ବଦେଶୀ ବ୍ରାଣ୍ଡକୁ ସମର୍ଥନ କରି ସୋମବାର ‌ସାମାଜିକ ଗଣମାଧ୍ୟମ‌ରେ ‘ସପୋର୍ଟସ୍ମଲ୍‌ବାଇସାନିଆ’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ‘‘ମୁଁ ସ୍ଥାନୀୟ ଏବଂ ସ୍ବତନ୍ତ୍ର ଭାରତୀୟ ବ୍ରାଣ୍ଡକୁ ନଜରରେ ରଖିଛି। ଯଦି ଆପଣ ଏଥିରେ ସାମିଲ ହେବାକୁ ଚାହୁଁଛନ୍ତି ହାତ ଉଠାନ୍ତୁ। କ’ଣ ନେବାକୁ ଚାହୁଁଛନ୍ତି ମୋତେ ଗୋଟିଏ ଇ ମେଲ୍‌ କରନ୍ତୁ।’’ ବୋଲି ସାନିଆ ନିଜ ଇନ୍‌ଷ୍ଟାଗ୍ରାମ ପୃ‌ଷ୍ଠାରେ ପ୍ରକାଶ କରିଛନ୍ତି।

ହସ୍ତତନ୍ତ୍ର, ରେସ୍ତୋରାଁ, ଡିଜାଇନର ଭଳି ୨୦ ପ୍ରକାର ପଦାର୍ଥକୁ ସେ ଚୟନ କରିବା ସହ ଏସବୁର ଘରୋଇ ଉତ୍ପାଦନକୁ ବ୍ୟବହାର କରିବାକୁ ଆହ୍ବାନ କରିଛନ୍ତି। ଆମେ ଜାଣୁ ଜୀବନ ସବୁ ବେଳେ ବଦଳେ। କରୋନା ଯୋଗୁଁ ଅସୁବିଧାରେ ଥିବା ଆମ ଦେଶବାସୀ ଏବଂ ଭାରତକୁ ସହାୟତା କରିବା ଲାଗି ଏହା ଏକମାତ୍ର ବାଟ ବୋଲି ସାନିଆ କହିଛନ୍ତି। ସୂଚନାଯୋଗ୍ୟ ଯେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଦେଶୀ ପଦାର୍ଥ ବ୍ୟବହାର କରି ଆତ୍ମନିର୍ଭରଶୀଳ ଭାରତ ଗଢ଼ିବାରେ ସହଯୋଗ କରନ୍ତୁ ବୋଲି ଆହ୍ବାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe