କଟକ: ପୂର୍ବତନ କ୍ରିକେଟର ତଥା ବିସିସିଆଇ ମ୍ୟାଚ୍ ରେଫରି ସଂଜୟ ରାଉଳ ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତିକ ମ୍ୟାଚ୍ ପରିଚାଳନା କରିବେ। ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଏ’ ଦଳ ଭାରତ ଗସ୍ତରେ ଆସୁଛି। ଏହି ଅବସରରେ ଦକ୍ଷିଣ ଆଫ୍ରିକା ଏ’ ଓ ବୋର୍ଡ ଏକାଦଶ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସଂଜୟ ମ୍ୟାଚ୍ ରେଫରି ନିଯୁକ୍ତ ହୋଇଛନ୍ତି। ବାଙ୍ଗାଲୋରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ଅଭ୍ୟାସ ମ୍ୟାଚ୍ ଆସନ୍ତା ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ସଂଜୟ ଓସିଏର ପ୍ୟାନେଲ୍ ରେଫରି ଓ ୨୦୧୪ରେ ବିସିସିଆଇ ରେଫରି ଭାବେ ୫୦ରୁ ଅଧିକ ମ୍ୟାଚ୍ ପରିଚାଳନା କରିସାରିଛନ୍ତି। ୧୯୯୩ ମସିହାରେ ଓଡ଼ିଶା ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିବା ସଂଜୟ ୮୯ ମ୍ୟାଚ୍ରୁ ୫୨୧୨ ରନ୍ କରିଥିଲା ବେଳେ ୧୩୩ ଓ୍ଵିକେଟ ହାସଲ କରିଥିଲେ। ସେହିପରି ଲିଷ୍ଟ ଏ’ରେ ୧୮୫୭ ରନ୍ ଓ ୪୮ ଓ୍ଵିକେଟ ତାଙ୍କ ନାମରେ ରହିଛି। ତ୍ରିପୁରା ପାଇଁ ମଧ୍ୟ ସେ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ଦେବାଶିଷ ମହାନ୍ତିଙ୍କ ପରେ ସେ ଓଡ଼ିଶାରୁ ଦ୍ୱିତୀୟ ଖେଳାଳି ଭାବେ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। ୧୯୯୮ ସେପ୍ଟେମ୍ବର ମାସରେ ଟରଣ୍ଟୋରେ ପାକିସ୍ଥାନ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିଥିଲେ। ହେଲେ ସେଥିରେ ବିଶେଷ କିଛି କରିନପାରିବାରୁ (୮ ଓ ୦ ରନ୍) ଆଉ ଭାରତୀୟ ଦଳରେ ସ୍ଥାନ ପାଇପାରିନଥିଲେ। ସଂଜୟ ୧୯୯୫-୯୬ ଋତୁରେ ୧୯ ବର୍ଷରୁ କମ୍ ଭାରତ ଦଳର ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି।
ଦକ୍ଷିଣ ଆଫ୍ରିକା ଏ’ ମ୍ୟାଚ୍ ପାଇଁ ସଂଜୟ ରେଫରି
Advertisment
Follow Us