ରାହୁଲଙ୍କୁ ରୋକିବାକୁ ସଞ୍ଜୁ ପ୍ରସ୍ତୁତ

Advertisment
ରାହୁଲଙ୍କୁ ରୋକିବାକୁ ସଞ୍ଜୁ ପ୍ରସ୍ତୁତ

ଦୁବାଇ: ‘ଆଇପିଏଲ୍-୨୦୨୧’ ଦ୍ବିତୀୟ ଚରଣର ତୃତୀୟ ମୁକାବିଲାରେ ମଙ୍ଗଳବାର ପୂର୍ବବିଜେତା ରାଜସ୍ଥାନ ରୟାଲ୍ସ ଏବଂ ଅସ୍ଥିର ପ୍ରଦର୍ଶନ ପାଇଁ ପରିଚିତ କିଙ୍ଗ୍ସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେବେ। ଉଭୟ ଦଳର ଶୀର୍ଷକ୍ରମ ବେଶ୍ ସୁଦୃଢ଼ ଥିଲା ବେଳେ ଭାରତୀୟ କ୍ରିକେଟ୍‌ର ଦୁଇ ପ୍ରତିଭାବାନ ଯୁବ ତାରକା ସଞ୍ଜୁ ସାମସନ୍ (ରାଜସ୍ଥାନ ଅଧିନ‌ାୟକ) ଓ କେଏଲ୍ ରାହୁଲ (ପଞ୍ଜାବ ଅଧିନାୟକ)ନିଜ ନିଜ ନେତୃତ୍ବ ଦକ୍ଷତାର ସାନି ପ୍ରମାଣ ଏହି ମ୍ୟାଚ୍‌ରେ ଦେବେ। ଉଭୟ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ଗତ କିଛି ଋତୁରେ ଦକ୍ଷତା ମୂଳକ ପ୍ରଦର୍ଶନ କରି ପାରି ନାହାନ୍ତି। ସେହି ଦୃଷ୍ଟିରୁ ଚଳିତ ଋତୁରେ ନିଜ ନିଜର ଭାଗ୍ୟ ପରିବର୍ତ୍ତନ ହେବା ଆଶାରେ ରହିଛନ୍ତି। ରାଜସ୍ଥାନ ରୟାଲ୍ସ ପାଖରେ ଲିୟାମ ଲିଭିଂଷ୍ଟୋନ୍, ଏଭିନ୍ ଲୁଇସ୍ ଓ ଡେଭିଡ୍ ମିଲରଙ୍କ ଭଳି ବିଦେଶୀ ତାରକା ଥିଲାବେଳେ କିଙ୍ଗ୍ସ ଏକାଦଶ ପଞ୍ଜାବ ହାତରେ ରାହୁଲ ତିୱାତିଆ, ଚେତନ ସାକାରିଆ, ମୟଙ୍କ ଅଗ୍ରୱାଲଙ୍କ ଭଳି ପ୍ରତିଭାବାନ ଭାରତୀୟ ଖେଳାଳି ଅଛନ୍ତି। ପଞ୍ଜାବର ଅନଭିଜ୍ଞ ବୋଲିଂ ବାହିନୀ ପାଇଁ ରାଜସ୍ଥାନ କିଛିଟା ଫାଇଦାରେ ରହିପାରେ।

ମହମ୍ମଦ ସାମିଙ୍କ ଛଡ଼ା ଏହି ଦଳରେ ଥିବା ଅଧିକାଂଶ ଦ୍ରୁତ ବୋଲର ହେଉଛନ୍ତି ଅଲରାଉଣ୍ଡର। ରାଜସ୍ଥାନ ପାଖରେ ଜୟଦେବ ଉନାଦକଟ, ଓସାନେ ଥୋମାସ, ମୁସ୍ତଫିଜୁର ରେହମାନ, କୁଲଦୀପ ଯାଦବଙ୍କ ଭଳି ବୋଲର ଅଛନ୍ତି। ପରିସଂଖ୍ୟାନ ଦୃଷ୍ଟିରୁ ଉଭୟ ଦଳ ପ୍ରାୟତଃ ପରସ୍ପରର ପାଖାପଖି ଅଛନ୍ତି। ପଞ୍ଜାବ ଦଳରେ ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଥିଲେ ମଧ୍ୟ ଅଧିନାୟକ ରାହୁଲ ଓ ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିବାର ସମ୍ଭାବନା ଅଧିକ। ରାଜସ୍ଥାନ ଓ ପଞ୍ଜାବ ମୋଟ ୨୨ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ପଞ୍ଜାବ ୧୦ ଏବଂ ରାଜସ୍ଥାନ ୧୨ ମ୍ୟାଚ୍ ଜିତିଛି। ପଞ୍ଜାବର ସର୍ବୋଚ୍ଚ ଦଳଗତ ସ୍କୋର ୨୨୩ ଥିଲା ବେଳେ ରାଜସ୍ଥାନର ସର୍ବୋଚ୍ଚ ସ୍କୋର ହେଉଛି ୨୨୬। ସେହିଭଳି ପଞ୍ଜାବର ସର୍ବନିମ୍ନ ସ୍କୋର ୧୨୪ ଏବଂ ରାଜସ୍ଥାନର ସର୍ବନିମ୍ନ ସ୍କୋର ହେଉଛି ୧୧୨। ଚଳିତ ଆଇପିଏଲ୍‌ର ପ୍ରଥମ ଚରଣ‌ରେ ରାଜସ୍ଥାନ ରୟାଲ୍ସ ୭ ମ୍ୟାଚ୍ ଖେଳି ୩ ବିଜୟ ପାଇଥିଲା। ଅନ୍ୟପକ୍ଷରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୮ ମ୍ୟାଚ୍‌ରୁ ସେହି ୩ ବିଜୟ ହାସଲ କରିଥିଲା। ରାଜସ୍ଥାନ ପଏଣ୍ଟ୍‌ ତାଲିକାର ପଞ୍ଚମ ସ୍ଥାନରେ ଥିଲା ବେଳେ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଥିଲା (କେକେଆର୍-ଆର୍‌ସିବି) ମ୍ୟାଚ୍ ପୂର୍ବରୁ।

ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ୍ (ଅଧିନାୟକ), ଲିୟାମ ଲିଭିଂଷ୍ଟୋନ୍, ଏଭିନ ଲୁଇସ୍, ଡେଭିଡ୍ ମିଲର, କ୍ରିସ୍ ମୋରିସ୍, ଓସାନେ ଥୋମାସ, ମୁସ୍ତାଫିଜୁର ରେହମାନ, ତାବ୍ରାଇଜ ସାମସି, ଗ୍ଲେନ୍ ଫିଲିପ୍ସ, ଚେତନ ସାକାରିଆ, ରିୟାନ ପରାଗ, ରାହୁଲ ତିୱାତିଆ, ଆକାଶ ସିଂହ, ଅନୁଜ ରାୱତ, କେସି କାରିଆପ୍ପା, ଯଶସ୍ବୀ ଜୟସ୍ବାଲ, ଶିଭମ ଦୁବେ, ଶ୍ରେୟସ୍ ଗୋପାଳ, କାର୍ତ୍ତିକ ତ୍ୟାଗି, ମୟଙ୍କ ମାର୍କଣ୍ଡ, ଜୟଦେବ ଉନାଦକଟ, କୁଲଦୀପ ଯାଦବ, ମହିପାଲ ଲୋମରର।

ସମ୍ଭାବ୍ୟ କିଙ୍ଗ୍ସ ଏକାଦଶ ପଞ୍ଜାବ: କେଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଅର୍ଶଦୀପ ସିଂହ, ଈଶାନ ପୋରେଲ, ଶାହରୁଖ ଖାନ୍, ମହମ୍ମଦ ସାମି, ନାଥନ ଏଲିସ୍, ଆଦିଲ ରସିଦ, ମରୁଗାନ ଅଶ୍ବିନ, ହରପ୍ରୀତ ବ୍ରାର, ମୋଜେସ୍ ହେନରିକ୍ସ, କ୍ରିସ୍ ଜୋର୍ଡାନ, ଏଦେନ ମର୍କରାମ, ମନଦୀପ ସିଂହ, ଦର୍ଶନ ନାଲକଣ୍ଡେ, ପ୍ରଭସିମରନ୍ ସିଂହ, ରବି ବିଷ୍ଣୋଇ, ଉତ୍କର୍ଷ ସିଂହ, ଫାବିଆନ୍ ଆଲେନ୍, ସୌରଭ କୁମାର, ଜଳଜ ସକ୍ସେନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe