ଭୁବନେଶ୍ୱର: ରସୁଲଗଡ଼ ଜିଜିପି କଲୋନୀରେ ରସୁଲଗଡ଼ କ୍ରିକେଟ୍ କ୍ଲବ୍ ପକ୍ଷରୁ ଚାଲିଥିବା ୧୮ତମ ସନ୍ତୋଷ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ଗୁରୁବାର ଭୁବନେଶ୍ୱରର ବାପି ଏକାଦଶ ଦଳକୁ ୯ ଓ୍ଵିକେଟ୍ରେ ପରାସ୍ତ କରି କଟକର ଓ୍ଵିଣ୍ଡ ୨୦୦୦ ସେମିଫାଇନାଲ୍ ପ୍ରବେଶ କରିଛି। ଏହି ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ବାପି ଏକାଦଶ ୭୭ ରନ୍ କରିଥିଲା ବେଳେ ଓ୍ଵିଣ୍ଡ୍ ୨୦୦୦ ୪.୫ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ୮୩ ରନ୍ କରିନେଇଥିଲା। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଭିକି ମୁଳିଆ (୨୧ ରନ୍ରେ ୪ ଓ୍ଵିକେଟ୍ ଏବଂ ୧୧ ବଲ୍ରୁ ୩୩ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହା ପୂର୍ବରୁ ଅଷ୍ଟମ ଲିଗ୍ ମ୍ୟାଚ୍ରେ ଯାଜପୁରର ଜେଏମ୍ସିଟି (୧୦୧ ରନ୍)କୁ ୬ ଓ୍ଵିକେଟ୍ରେ ପରାସ୍ତ କରି ବାପି ଏକାଦଶ (୧୦୭/୪) କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଥିଲା। ଦିବେଶ କୁମାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବୁଦ୍ଧପ୍ରକାଶ ମହାପାତ୍ର, ସଞ୍ଜୟ ବଳିଆରସିଂହ ଓ ରାଘବ ବଳିଆରସିଂହ ଅତିଥିଭାବେ ଯୋଗ ଦେଇଥିଲେ। ଶ୍ରୀଧର ବଳିଆରସିଂହ, ସମ୍ବିତ ପାଇକରାୟ, ଅସ୍ମିତ ଦାସ ମ୍ୟାଚ୍ ପରିଚାଳନା କରିଥିଲେ।
ସନ୍ତୋଷ ସ୍ମାରକୀ କ୍ରିକେଟ୍: ଓ୍ଵିଣ୍ଡ୍ ୨୦୦୦ ସେମିରେ
Advertisment
Follow Us