ସନ୍ତୋଷ ସ୍ମାରକୀ କ୍ରିକେଟ୍‌: ହାପି ଏକାଦଶ ବିଜେତା

Advertisment
ସନ୍ତୋଷ ସ୍ମାରକୀ କ୍ରିକେଟ୍‌: ହାପି ଏକାଦଶ ବିଜେତା

ଭୁବନେଶ୍ବର: ରସୁଲଗଡ଼ କ୍ରିକେଟ୍‌ କ୍ଲବ୍‌ ଆ‌ନୁକୂଲ୍ୟରେ ଆୟୋଜିତ ୨୨ତମ ସନ୍ତୋଷ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ହାପି ଏକାଦଶ ବିଜେତା ହୋଇଛି। ଦୁଇ କଟକ ଦଳ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍‌ରେ ହାପି ଏକାଦଶ ୪ ୱିକେଟ୍‌ରେ ୱିଣ୍ଡ ୨୦୦୦କୁ ପରାସ୍ତ କରିଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ୱିଣ୍ଡ୍‌ ୨୦୦୦ ନିର୍ଦ୍ଧାରିତ ୧୫ ଓଭରରେ ୬ ୱିକେଟ୍‌ ହରାଇ ୨୧୩ ରନ୍‌ କରିଥିଲା। ସୁଶାନ୍ତ ପ୍ରଧାନ ୨୫ ବଲ୍‌ରେ ଦ୍ରୁତ ୭୬ ରନ୍‌ କରିଥିଲେ। ହାପି ଏକାଦଶ ପକ୍ଷରୁ କେ ରେଡ୍ଡୀ ୩ ୱିକେଟ୍‌ ନେଇଥିଲେ। ଜବାବରେ ଆଲୋକ ସାହୁଙ୍କ ୨୪ ବଲ୍‌ରୁ ୬୮ ରନ୍‌ର ଦ୍ରୁତ ପାଳି ବଳରେ ହାପି ଏକାଦଶ ୧୩.୪ ଓଭରରେ ୬ ୱିକେଟ୍‌ ବିନିମୟରେ ୨୧୪ ରନ୍‌ର ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଆଲୋକ ସାହୁ ଫାଇନାଲ୍‌ର ଏବଂ ସୁଶାନ୍ତ ପ୍ରଧାନ ପ୍ରତି‌ଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। କୈଳାଶ ରାଉତ ଓ ରଜତ ଜଗ୍‌ଦେବ ମ୍ୟାଚ୍‌ ପରିଚାଳନା କରିଥିଲେ।

ବିଧାୟକ ସୁଶାନ୍ତ ରାଉତ ଏବଂ ସୁରେଶ କୁମାର ରାଉତରାୟ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଏବଂ ଯଜ୍ଞାଶିଷ ମହାପାତ୍ର, ବୁଦ୍ଧ ପ୍ରକାଶ ମହାପାତ୍ର, ସଞ୍ଜୟ ପାଇକରାୟ, ପ୍ରତାପ ରାଉତରାୟ, ଅଶୋକ ଦାଶ, ବିଶ୍ବଜିତ୍‌ ଦାଶ ଏବଂ ରବୀନ୍ଦ୍ର ଜଗ୍‌ଦେବ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe