ସନ୍ତୋଷ ଟ୍ରଫି: ଓଡ଼ିଶାର ହ୍ୟାଟ୍ରିକ୍‌ ପରାଜୟ

Advertisment
ସନ୍ତୋଷ ଟ୍ରଫି: ଓଡ଼ିଶାର ହ୍ୟାଟ୍ରିକ୍‌ ପରାଜୟ

ଭୁବନେଶ୍ୱର: କୋଲକାତାରେ ଚାଲିଥିବା ୭୨ତମ ସନ୍ତୋଷ ଟ୍ରଫି ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଓଡ଼ିଶା ଲଗାତାର ୩ ମ୍ୟାଚ୍‌ ହାରି ଆଲୋଡ଼ା ହ୍ୟାଟ୍ରିକ୍‌ କରିଛି। ପଞ୍ଜାବ, ମିଜୋରାମ ପରେ ଶନିବାର କର୍ଣ୍ଣାଟକ ନିକଟରୁ ହାରିଯାଇଛି ଓଡ଼ିଶା ଦଳ। ଶନିବାର ମ୍ୟାଚ୍‌ରେ ଓଡ଼ିଶାକୁ କର୍ଣ୍ଣାଟକ ୨-୧ ଗୋଲ୍‌ରେ ହରାଇ ଦେଇଥିଲା। ଏଥି ସହ ଓଡ଼ିଶା ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ଏବେ ଶେଷ ଲିଗ୍‌ରେ ଓଡ଼ିଶା କେବଳ ଗୋଆ ବିପକ୍ଷରେ ଔପଚାରିକ ଭାବେ ଖେଳିବ। ଶନିବାର କର୍ଣ୍ଣାଟକ ପକ୍ଷରୁ ଲିଅନ୍‌ ଅଗଷ୍ଟିନ ୨୭ତମ ମିନିଟ୍‌ରେ ଗୋଲ୍‌ ଦେବା ପରେ ପ୍ରଥମାର୍ଧର ଇନ୍‌ଜ୍ୟୁରୀ ସମୟରେ ଅଧିନାୟକ ଅର୍ଜୁନ ନାୟକ (୪୫+୩ ମିନିଟ୍‌) ଏହାକୁ ବରାବର ସ୍ତରକୁ ନେଇ ଆସିଥିଲେ। ୮୧ତମ ମିନିଟ୍‌ରେ ଅର୍ବିଟ ଲାକ୍ରା ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ। କିନ୍ତୁ ୮୮ତମ ମିନିଟ୍‌ର ଗୁଣଶେକର ବିଘ୍ନେଶ ବାମପାର୍ଶ୍ୱରୁ ଦେଇଥିବା ପାସ୍‌କୁ ଏସ୍‌ ରାଜେଶ ଗୋଲ୍‌ରେ ପରିଣତ କରି କର୍ଣ୍ଣାଟକକୁ ବିଜୟୀ କରାଇଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ପଞ୍ଜାବକୁ ୨-୧ ଗୋଲ୍‌ରେ ହରାଇ ମିଜୋରାମ ସେମିଫାଇନାଲ୍‌ ସ୍ଥାନ ପକ୍କା କରି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe