ଗୁଜୁରାଟ ଟାଇଟନ୍ସ ହାରିବା ପରେ ସାରା ଅଲ୍ଲୀ ଖାନ୍‌ଙ୍କୁ ଦୋଷୀ କଲେ ପ୍ରଶଂସକ

Advertisment
ଗୁଜୁରାଟ ଟାଇଟନ୍ସ ହାରିବା ପରେ ସାରା ଅଲ୍ଲୀ ଖାନ୍‌ଙ୍କୁ ଦୋଷୀ କଲେ ପ୍ରଶଂସକ

ଅହମଦାବାଦ: ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ଭାବ୍ୟ ଶେଷ ଆଇପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ସାକାର ହୋଇଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚେନ୍ନାଇ ୫ ୱିକେଟ୍‌ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଛି। ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ।

ତେବେ ଏବେ ସମାଲୋଚକମାନେ ଗୁଜରାଟ ଟାଇଟନ୍ସର ହାରିବା ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କୁ ଯୋଡୁଛନ୍ତି। ଆପଣ ଜାଣନ୍ତି ଯେ ଆଇପିଏଲ୍‌ର ଫାଇନାଲ୍‌ ମ୍ୟାଚ୍‌ ଖେଳିବାକୁ ଅଭିନେତା ଭିକି କୌଶଲ ଓ ସାରା ଯାଇ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ସେ ତାଙ୍କର ଅପ୍‌କମିଂ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ର ପ୍ରମ‌ୋସନ ପାଇଁ ପହଞ୍ଚିଥିବା ବେଳେ ଟ୍ରୋଲର୍ସ ଜବରଦସ୍ତ ଶୁଭମନ୍‌ ଗିଲ୍‌ଙ୍କୁ ସାରାଙ୍କ ସହ ଯୋଡ଼ି ନାନା କଥା କହିବା ଆରମ୍ଭ କରିଛନ୍ତି।

ତେବେ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଭିକି ‌ଓ ସାରା ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଜିତିବା ନେଇ ଖୁସି ମନାଉଛନ୍ତି। ହେଲେ ସାରାଙ୍କୁ ଖୁସି ହେବାର ଦେଖି କିଛି ଲୋକ ବେଶ ନାପସନ୍ଦ କରିଛନ୍ତି। ସେମାନଙ୍କୁ ସାରାଙ୍କ ଓଭର୍‌ଆକ୍ଟିଂ ପସନ୍ଦ ଆସିନାହିଁ। ତେବେ କିଛି ଜଣ ଏହା ବି ଅଭିଯୋଗ ଆଣିଛନ୍ତି ଯେ ସାରାଙ୍କୁ ଦେଖି ଶୁଭମନ୍‌ ଗିଲ୍‌ ଜଲ୍‌ଦି ଆଉଟ୍‌ ହୋଇଗଲେ, ଯେଉଁଥିପାଇଁ ଗୁଜୁରାଟ ଟାଇଟନ୍ସ ଜିତିପାରିଲା ନାହିଁ।

ତେବେ ଆପଣ ଜାଣିଥିବେ ଯେ ସାରା ଅଲ୍ଲୀ ଖାନ୍‌ ଓ ଶୁଭମନ୍‌ ଗିଲ୍‌ଙ୍କ ଡେଟିଂ ଖବର ଚର୍ଚ୍ଚା ପାଲଟିଛି। ସେ ଦୁହେଁ ପରସ୍ପରଙ୍କୁ ଅନେକ ସମୟରେ ଲୁଚି ଲୁଚି ଭେଟୁଥିବାର ଦେଖିବାକୁ ମିଳିଛି। ତେବେ ସାରା ସି‌ଏସ୍‌କେ ଜିତିବା ପରେ ଖୁସି ହେଉଥିବାରୁ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସାରା ଦିଦି ପ୍ରତାରକ’। ଅନ୍ୟ ଜଣେ ଲେଖିଛନ୍ତି, ‘ପ୍ରଥମରୁ ଗୁଜୁରାଟ ଟାଇଟନ୍ସକୁ ସମର୍ଥନ କରୁଥିଲେ, ସିଏସ୍‌କେ ଜିତିବା ପ‌ରେ ତାହା ପାଇଁ ଚିୟର୍‌ଅପ୍‌ କରୁଛନ୍ତି’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe