ଫ୍ରେଞ୍ଚ୍‌ ଓପନ୍‌ରୁ ଓହରିଲେ ସାରାପୋଭା

Advertisment
ଫ୍ରେଞ୍ଚ୍‌ ଓପନ୍‌ରୁ ଓହରିଲେ ସାରାପୋଭା

ମସ୍କୋ: ଦୁଇ ଥରର ବିଜୟିନୀ ରୁଷୀୟ ଟେନିସ ସୁନ୍ଦରୀ ମାରିଆ ସାରାପୋଭା ବୁଧବାର ଫ୍ରେଞ୍ଚ୍‌ ଓପନ୍‌ରୁ ଓହରିଯାଇଛନ୍ତି। ତାଙ୍କ କାନ୍ଧରେ ହୋଇଥିବା ଅସ୍ତ୍ରୋପଚାରରୁ ସେ ସମ୍ପୂର୍ଣ୍ଣ ମୁକୁଳିନଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ସାରାପୋଭା ନିଜ ଇନ୍‌ଷ୍ଟାଗ୍ରାମ୍‌ ‌ପୃ‌ଷ୍ଠାରେ ଉଲ୍ଲେଖ କରିଥିଲେ। ଚଳିତ ମାସ ୨୬ ତାରିଖରୁ ପ୍ୟାରିସରେ ଫ୍ରେଞ୍ଚ୍‌ ଓପନ୍‌ ଆରମ୍ଭ ହେବ। କାନ୍ଧ ଯନ୍ତ୍ରଣା ଯୋଗୁଁ ୫ ଥରର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ଏହି ୩୨ ବର୍ଷୀୟା ତାରକା ଗତ ଜାନୁଆରି ଶେଷ ଭାଗରୁ କୋର୍ଟକୁ ଫେରି ନଥିଲା ବେଳେ ଫେବ୍ରୁଆରି‌ ଶେଷ ଭାଗରେ ଅସ୍ତ୍ରୋପଚାର କରାଇଥିଲେ। ସଂପ୍ରତି ମୁଁ ହାଲ୍‌କା ଅଭ୍ୟାସ ଜାରି ରଖିଛି। ମୋ ଆଶା ଶୀଘ୍ର ସୁସ୍ଥ ହୋଇ କୋର୍ଟକୁ ଫେରିବି ବୋଲି ସାରାପୋଭା ଇନ୍‌ଷ୍ଟାଗ୍ରାମରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe