ଘର ବାହାର ଅଭ୍ୟାସରେ ସାର୍ଦୁଲ ପ୍ରଥମ ଭାରତୀୟ କ୍ରିକେଟର୍‌

Advertisment
ଘର ବାହାର ଅଭ୍ୟାସରେ ସାର୍ଦୁଲ ପ୍ରଥମ ଭାରତୀୟ କ୍ରିକେଟର୍‌

ମୁମ୍ବାଇ: କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ମାସ ଧରି ତାଲାବନ୍ଦ ରହିବା ପରେ ଶନିବାର ଦ୍ରୁତ ବୋଲର ସାର୍ଦୁଲ ଠାକୁର ଘର ବାହାରେ ବା ଆଉଟ୍ ଡୋର ଅଭ୍ୟାସ କରିଛନ୍ତି। ଏଭଳି କରିବାରେ ସେ ଭାରତର ପ୍ରଥମ କ୍ରିକେଟର୍‌ ହୋଇଛନ୍ତି। ଗୋଟିଏ ଟେଷ୍ଟ୍, ୧୧ ଦିନିକିଆ ଓ ୧୫ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିବା ସାର୍ଦୁଲ ତାଙ୍କ ଘରୋଇ ପଡ଼ିଆ ମହାରାଷ୍ଟ୍ର ପାଲଘର ଜିଲ୍ଲାର ବୋଇସାର ପଡ଼ିଆରେ କିଛି ସ୍ଥାନୀୟ ଖେଳାଳିଙ୍କ ସହ ଶନିବାର ଢେର ସମୟ ଅଭ୍ୟାସ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ ମହାରାଷ୍ଟ୍ର ସରକାର ସବୁଜ ଓ ନାରଙ୍ଗୀ ଜୋନ୍‌ରେ ଥିବା ଷ୍ଟାଡିୟମ୍‌ ଓ ଖେଳ ପଡ଼ିଆଗୁଡ଼ିକୁ ଖୋଲିବାର ଅନୁମତି ଦେଇଛନ୍ତି। ତେବେ ଦର୍ଶକଙ୍କ ପ୍ରବେଶ ଉପରେ ପୂର୍ବଭଳି ଅଙ୍କୁଶ ଜାରି ରହିଛି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦରେ କିଛିଟା ‌ରିହାତି ପ୍ରଦାନ କରିବା ପରେ ମହାରାଷ୍ଟ୍ରର ଅନ୍ୟ କେତେକ ସ୍ଥାନରେ ମଧ୍ୟ କ୍ରିକେଟ୍ ଓ ଅନ୍ୟାନ୍ୟ ଖେଳର ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ‘‘ ହଁ, ଆଜି ମୁଁ ଅଭ୍ୟାସ କରିଛି, ଦୀର୍ଘ ଦୁଇ ମାସ ପରେ ଅଭ୍ୟାସ ଆରମ୍ଭ କରିବା ଆତ୍ମସନ୍ତୋଷ ଦେଇଛି।’’ ବୋଲି ସାର୍ଦୁଲ ଏକ ସାକ୍ଷାତକାରରେ କହିଛନ୍ତି। ମୁମ୍ବାଇଠାରୁ ୧୧୦ କିଲୋମିଟର ଦୂରରେ ଅବସ୍ଥିତ ପାଲଘର ଦନାହୁ ତାଲୁକା‌ କ୍ରୀଡ଼ା ସଂଘ ବୋଇସରଠାରେ ନେଟ୍ସ ଆରମ୍ଭ କରିଛି ବୋଲି ମୁମ୍ବାଇ କ୍ରିକେଟ୍‌ର ଜଣେ ଅଧିକାରୀ କହିଛନ୍ତି। ତେବେ ଅଭ୍ୟାସ ବେଳେ ଖେଳାଳିମାନେ ‌କୋଭିଡ୍-୧୯ ନିୟମକୁ କଡ଼ା କଡ଼ି ପାଳନ କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe